ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ରାମ ନବମୀ ଏବଂ ଦୁର୍ଗା ନବମୀ ପାଳନ

ରାଉରକେଲା, ୧୭/୦୪/୨୦୨୪ (ଓଡ଼ିଶା ସମାଚାର)- ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ଆଜି ଛେଣ୍ଡ ସ୍ଥିତ ଆଶାଦୀପ ଅନୁଷ୍ଠାନ ରେ ରାମ ନବମୀ ଏବଂ ଚୈତ୍ର ଦୂର୍ଗା ନବମୀ ପାଳନ କରାଯିବା ସହ ଆଶାଦୀପ ଅନୁଷ୍ଠାନ ରେ ଥିବା କନ୍ୟା ମାନଙ୍କ ସହ କନ୍ୟା ପୂଜନ କରାଯାଇଥିଲା । ଅନୁଷ୍ଠାନ ର ସଭାପତି ବିଶ୍ବଜିତ ରାଉତ ଙ୍କ ତତ୍ତ୍ଵାବଧାନ ରେ ସମସ୍ତ କାର୍ୟ୍ୟକ୍ରମ ର ବନ୍ଦୋବସ୍ତ କରାଯାଇଥିଲା । ଏଠାରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ସାହାଯ୍ୟ ର ହାତ ବଢାଇଥିଲେ । ଏଠାରେ ସମସ୍ତ କାର୍ୟ୍ୟକର୍ତା ଅଂଶଗ୍ରହଣ କରି କାର୍ୟ୍ୟକ୍ରମ କୁ ସଫଳ କରାଇଥିଲେ । ସମାଜସେବୀ ତଥା ଆମ ଅନୁଷ୍ଠାନର ଉପଦେଷ୍ଠା ଶ୍ରଦ୍ଧା ଶଡଙ୍ଗି, ବୈଶାଳୀ ସାହୁ , ସାଇସ୍ମିତା ସାହୁ , ମାନସ ଦାସ , ମମତା ବାରିକ , ମୁକେଶ ବାରିକ, ପ୍ରତିମା ମାହାତ ଆଦି ଉପସ୍ଥିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *