କଟକ ସଦର,୧୪/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ନିର୍ବାଚନମଣ୍ଡଳୀର କନ୍ଦରପୁର, କିଶନନଗର ଓ ନେମାଳ କଲେଜରେ ରାତି ପାହିଲେ ଛାତ୍ର ସଂସଦ ନିର୍ବାଚନ। ଆଜି ହ୍ୱ।ଇ ଆଇ ଷ୍ଟାଣ୍ଡ ଫର୍ (ମୁଁ କାହିଁକି ପ୍ରାର୍ଥୀ ହୋଇଛି) ଅଭିଭାଷଣ ର ଦିନ। ଯେଉଁଥିପାଇଁ କଲେଜ ଇଲାକା ସରଗରମ ହୋଇ ଉଠି ଥିବାଵେଳେ ପ୍ରତିଦ୍ବନ୍ଦି ଓ ସମର୍ଥକଙ୍କ ମଧ୍ୟରେ ବାଜିମାତ୍ ନେଇ ଚାଲିଛି ପ୍ରାଣ ମୁର୍ଚ୍ଛା କସରତ। କିଶନନଗର କଲେଜରେ ଏଭିଵିପି ସମର୍ଥିତ ସଭାପତି, ସାଧାରଣ ସଂପାଦକ ଓ ଅନ୍ୟ ଦୁଇ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ହେଲେ ଅନ୍ୟ ୬ ଟି ପଦବୀ ପାଇଁ ନିର୍ବାଚନ ପ୍ରତିଦ୍ବନ୍ଦିତା ତୀବ୍ର ହେଉଛି।
ସେହିପରି କନ୍ଦରପୁର କଲେଜରେ ସଭାପତି ନିର୍ଵବାଚନ ତ୍ରିମୁଖି ପ୍ରତିଦ୍ବନ୍ଦିତା ସହିତ ଅନ୍ୟାନ୍ୟ ପଦବୀ ପାଇଁ ନିର୍ବାଚନ କଣ୍ଠେ ପରେ ଟକ୍କରରେ ଚାଲିଥିବା ଜଣାପଡିଛି। ସେହିପରି ନେମାଳ କଲେଜରେ ଏଭିପିପି ପ୍ରାର୍ଥୀ ମାନଙ୍କୁ ପୁରାତନ ଛାତ୍ର ସଂଗଠନ ସମର୍ଥିତ ପ୍ରାର୍ଥୀ ମାନେ କଡା ଟକ୍କର ଦେଉଛନ୍ତି। ତେବେ ଆସନ୍ତା କାଲି ହାତୀ କାହା କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାକୁ କେବଳ ଦେଖିବାକୁ ବାକି ରହିଲା
