ଅବସର କାଳୀନ ସମ୍ବର୍ଦ୍ଧନା

ଭୁବନ ୦୧/୧୦/୨୦୨୪ (ଓଡ଼ିଶା ସମାଚାର)-ଭୁବନ ମହିଳା  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ମହେଶ୍ୱର ବୈଶାଖ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । +୨ ଅଧ୍ୟକ୍ଷା ଶ୍ରୀମତୀ ସୁପ୍ତିମୟୀ ସେନ ଙ୍କ ସଭାପତିତ୍ବ ଓ ଇଂରାଜୀ ଅଧ୍ୟାପିକା ଡଃ ତେଜସ୍ଵୀନି ବେହେରାଙ୍କର  ସଂଯୋଜନା ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟର  ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ, +୨ ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ,  ପୂର୍ବତନ ସମ୍ପାଦକ ଦେବବ୍ରତ ପୃଷ୍ଟି, ଅଧ୍ୟାପିକା ଡଃ ମମତା ପାତ୍ର ଅତିଥି ଭାବେ ଯୋଗ ଦେଇ ମହେଶ୍ୱର ବୈଶାଖଙ୍କ କର୍ମମୟ ଜୀବନ ବିଷୟରେ ଆଲୋଚନା କରିଥିଲେ ଓ ଦିର୍ଘ ନିରାମୟ ଜୀବନ କାମନା କରିଥିଲେ। ଏହି ସଭା ରେ ମହେଶ୍ୱର ବୈଶାଖଙ୍କ ର ସଚ୍ଚୋଟତା ଓ  କାର୍ଯ୍ୟଦକ୍ଷତା ସମ୍ପର୍କରେ ଅଧ୍ୟାପିକା ମଞ୍ଜୁସା ମଞ୍ଜରି ମିଶ୍ର, ପ୍ରଣତି ବେହେରା, ନମିତା ଦ୍ବିବେଦୀ ,ନମିତା ଦାସ,ଗୟାଧର ଦାସ, ପ୍ରମିଳା ଦାସ, ବିଜୟ କୁମାର ପୃଷ୍ଟି,, ସୁକାନ୍ତି ନାୟକ ପ୍ରମୁଖ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ବୈଶାଖ ନିଜ ଅଭିଭାଷଣ ରେ ବିଦ୍ୟାଳୟ ପ୍ରତି ଥିବା ଆନୁଗତ୍ୟତା କୁ ପ୍ରକାଶ କରିଥିଲେ । ଶେଷରେ  ବରିଷ୍ଠ କିରାଣୀ ବିଜୟ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *