କିଶନନଗର କଲେଜର ନବାଗତ +୩ ଓଡ଼ିଆ (ସମ୍ମାନ) ଛାତ୍ର ଛାତ୍ରୀଙ୍କୁ ସ୍ୱ।ଗତ ସମ୍ବର୍ଦ୍ଧନା 

କଟକ ସଦର, ୧୮/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର କଲେଜରେ ଅଧ୍ୟୟନ କରିବାକୁ ଆସିଥିବା ନବାଗତ +୩ ଓଡ଼ିଆ (ସମ୍ମାନ) ଛାତ୍ର ଛାତ୍ରୀ ଙ୍କୁ ଆଜି ବୁଧବାର ଦିନ କଲେଜ ପରିସରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଉପଲକ୍ଷେ ଅଧ୍ୟକ୍ଷ ପ୍ରେମାନନ୍ଦ ମୁଦୁଲିଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ର ମୁଖ୍ୟ ଅଧ୍ୟାପକ ଡଃ ଅନାଦି ଚରଣ ବରାଳ, ଅଧ୍ୟାପକ ସାଦିକ୍ ଅଲ୍ଲୀ, ପ୍ରାଧ୍ୟାପିକା ଲିଜାଲିନ ଜେନା, ଅଧ୍ୟାପକ ବିନୟ ଭୂଷଣ ମହାପାତ୍ର, ଅଧ୍ୟାପିକା ସୁଭଦ୍ରା ସେଠ ପ୍ରମୁଖ ଯୋଗ ଦେଇ ମହାବିଦ୍ୟାଳୟର ନୀତିନିୟମ, ଅନୁଶାସନ,ପରୀକ୍ଷା ପଦ୍ଧତି ଏଵଂ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଭବିଷ୍ୟତ କାର୍ଯ୍ୟ ସଂସ୍ଥାନ ଗୁଡ଼ିକ ବିଷୟରେ ନବାଗତ ମାନଙ୍କୁ ଆଲୋକପାତ କରିଥିଲେ। ଶେଷରେ ଛାତ୍ରୀ ଶୁଭଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *