ଯୁବ ସମାଜସେବୀ ଦୀପକ ବେହେରାଙ୍କ ହୃଦଘାତରେ ପରଲୋକ,ଶୋକର ଛାୟା

କଟକ ସଦର,୧୪/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ୪୨ ମୌଜା ଅଞ୍ଚଳର ତଥା ବରାଳ ଗ୍ରାମର ଯୁବ ସମାଜସେବୀ ତଥା ଯୁବ ସଂଗଠକ, ଉତ୍କଳ ଯାଦବ ମହାସଭା ର ସକ୍ରିୟ ସଦସ୍ୟ ଦୀପକ ବେହେରା(୪୧) ଙ୍କର ଗତକାଲି ମଙ୍ଗଳବାର ରାତିରେ କଟକ ବଡ଼ ଡ଼ାକ୍ତରଖାନାରେ ହୃଦଘାତରେ ଅକାଳ ବିୟୋଗ ଘଟିଛି। ଆଜି ବୁଧବାର ଦିନ ମର ଶରୀର ମେଡିକାଲରୁ ଆସିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି।

ଏହା ଜଣାପଡିବା ପରେ ବରିଷ୍ଠ ସମାଜସେବୀ ଆରତ ରଞ୍ଜନ ବିଶ୍ୱାଳ, କଟକ ଜିଲ୍ଲା ଯାଦବ ମହାସଭା ସଭାପତି ସମର ବେହେରା, ରାଜ୍ୟ ସମ୍ପାଦକ ସୁବୋଧ ବେହେରା, କଟକ ଜିଲ୍ଲା ସଂଗଠନ ସମ୍ପାଦକ ବିଜୟ କୃଷ୍ଣ ବେହେରା, ମିଟୁ ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।ଦୀପକଙ୍କର ଦୁଇଟି ଛୋଟ ଛୋଟ କନ୍ୟା ସନ୍ତାନ ଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *