ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲର ଆଇଡିଆ ଏକ୍ସପୋ-୨୦୨୪ ଅନୁଷ୍ଠିତ 

କଟକ ସଦର, ୦୮/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ବିଦ୍ୟାଧରପୁର ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲ ର’ ଆଇଡିଆ ଏକ୍ସପୋ-୨୦୨୪’ ଆଜି (ରବିବାର ଦିନ) ପରିଚାଳନା ନିର୍ଦ୍ଦେଶକ ଡ଼ଃ ଚୈ।ଧୁରୀ ସତ୍ୟ ଦାସ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବା ବେଳେ ଚୈ।ଦ୍ୱ। ର-କଟକ ବିଧାୟକ ସୈ।ଭିକ ବିଶ୍ୱାଳ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ବିଜ୍ଞାନ, ସାମାଜିକ ବିଜ୍ଞାନ, ଗଣିତ, ଭାଷା ସାହିତ୍ୟ,କଳା ଓ ସଂସ୍କୃତିରେ ୧୧ ଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଭାଗନେଇ ସେମାନଙ୍କର କୃତି ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ପ୍ରିନ୍ସପାଲ ଡ଼ଃ ମଞ୍ଜୁଶ୍ରୀ ଶାସ୍ତ୍ରୀ,ନିର୍ଦେଶକ ଡ଼ଃ ଇଂ ଚୈ।ଧୁରୀ ସମ୍ପତ ଦାସ ସହାୟତା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *