କଟକ ସଦର ,୦୧/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶେଷରେ ଶଂଖ କୁ ଫୋପାଡି ଆଜି ସୋମବାର ଅପରାହ୍ନରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବର୍ତ୍ତମାନର କେନ୍ଦ୍ରାପଡା ଲୋକସଭା ସାଂସଦ, ବିଶିଷ୍ଟ ସିନେ ତାରକା ଅନୁଭବ ମହାନ୍ତି ଦିଲ୍ଲୀ ମୂଖ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇ ପଦ୍ମ ଧରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ରାଜ୍ୟର ଅନେକ ବିଜେଡ଼ି ନେତାଙ୍କ ନାଁ ରେ ମାଳମାଳ ମାମଲା ରହିଥିବା ବେଳେ ସେମାନଙ୍କୁ ଦଳ ଆପଣେଇ ଗୁରୁତ୍ୱ ଦେଇଛି। ହେଲେ ଅନୁଭବ ତାଙ୍କର ପାରିବାରିକ ମାମଲାରେ ଛନ୍ଦି ହୋଇ ପରେ ସେଥିରୁ ମୁକୁଳି ଥିଲେ ବି ବିଜେଡ଼ି ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଉଠାଇଛନ୍ତି ସା଼ଂସଦ ଅନୁଭବ। ଗତ ଦୁଇଦିନ ତଳେ ଅନୁଭବ ବିଜେଡ଼ି ରୁ ଇସ୍ତଫା ଦେଇଥିବା ବେଳେ କଟକ ବିହାରୀଵାଗ ରେ ହୋଇଥିବା ହୋଲି ଖେଳରୁ ହିଁ ସ୍ପଷ୍ଟ ହୋଇଥିଲା ସିଏ ବିଜେପି କୁ ଯିବେ ବୋଲି। ଅନ୍ୟପକ୍ଷରେ ବିଜେଡ଼ି ରୁ ଏହି ଅଳ୍ପଦିନ ମଧ୍ୟରେ ବିଶିଷ୍ଟ ସିନେ ତାରକାଙ୍କ ମଧ୍ୟରେ ଅରିନ୍ଦମ ରାୟ,ସିଦ୍ଧାନ୍ତ ମହାପାତ୍ର,ଆକାଶ ଦାସ ନାୟକ ବିଜେପି କୁ ଯାଇଥିଲା ଵେଳେ ଆଜି ଅନୁଭବ ଙ୍କ ଯିବା ବିଜେଡ଼ି ଷ୍ଟାର ଶୂନ୍ୟ ହେବା ପରି ମନେ ହେଉଛି। ତେବେ ବିଜେପିର ସାଂସଦ ଆସନ ପାଇଁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ଆକାଶ ଙ୍କୁ କୋରେଇ, ସିଦ୍ଧାନ୍ତ ଙ୍କୁ ବ୍ରହ୍ମପୁର,ଅନୁଭଵ ଙ୍କୁ ବାରବାଟି କଟକ, ଅରିନ୍ଦମ ରାୟ ଙ୍କୁ ବାଙ୍କୀ ବିଧାନସଭା ଆସନରେ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଛି।