କଟକ,୧୪/୧୦/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ସ୍ୱାସ୍ଥ୍ୟ ବିଭାଗର ଷ୍ଟେଟ୍ ହେଲଥ୍ ଆସ୍ୟୁରାନ୍ସ ସୋସାଇଟି ସହ ଅନୁବନ୍ଧିତ ଆଇସିୟୁ ନଥିବା ଘରୋଇ ହସ୍ପିଟାଲ ମାଲିକ ମାନଙ୍କ ପାଇଁ ଏବେ ଅଡୁ଼ଆ ବଢ଼ିବାକୁ ଯାଉଛି। ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କଟକ ଜିଲ୍ଲାର ୨୦୦ ହସ୍ପିଟାଲରେ ଏଥିପାଇଁ ତାଲା ଝୁଲିଵ ବୋଲି ଜନୈକ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଙ୍କ ଠାରୁ ଜଣାପଡିଛି।
ଅସ୍ତ୍ରୋପଚାର ପାଇଁ ଆଇସିୟୁ ବାଧ୍ୟତାମୂଳକ ନିୟମ ବଳବତ୍ତର ଥିବାବେଳେ ନର୍ସିଂହୋମ ମାଲିକମାନେ ନିୟମକୁ ଫୁ କରି ଅଧିକ ବେପାର ପାଇଁ ବିନା ଆଇସିୟୁ ରେ ଅସ୍ତ୍ରୋପଚାର କରି ଚାଲିଥିବା ଅଭିଯୋଗ ହୋଇ ଆସୁଛି। ସେହିପରି କେତେକ ହସ୍ପିଟାଲରେ କାଗଜପତ୍ରରେ ପଞ୍ଜିକରଣ ନଥାଇ ବେଆଇନ ଭାବେ ଆଇସିୟୁ ଖୋଲି ବେପାର ଚଳାଇଥିବା ଜଣାପଡିଛି। ସେଥିରେ ଅନେକ ହସ୍ପିଟାଲ ବିନା ଆଇସିୟୁରେ ଅସ୍ତ୍ରୋପଚାର କରିବା ଏବଂ ରୋଗର ସ୍ୱାସ୍ଥ୍ୟବସ୍ଥା ଵିଗିଡିଵା ପରେ ତାଙ୍କ ମନୋନୀତ ଆଇସିୟୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଅନେକ ନଜିର ସ୍ୱାସ୍ଥ୍ୟ ବିଭାଗ ପାଖରେ ପହଞ୍ଚିଛି। ଏହି ଖବର ଜଣାପଡିବା ପରେ ଆଇସିୟୁ ନଥିବା କେତେକ ଜାଲିଆତି ଉପାୟରେ ଧର୍ମକୁ ଆଖି ଠାର କରି ବେଆଇନ୍ ଭାବେ ବେପାର ଚଳାଇଥିବା ହସ୍ପିଟାଲ ମାଲିକ ମାନଙ୍କ ମଧ୍ୟରେ ଛନକା ପଶିଛି।
