୨୪୪ଲିଟର ଚୋରାମଦ ଜବତ, ୧୦ଗିରଫ

କେନ୍ଦ୍ରାପଡ଼ା,୧୩/୦୫/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲାର ମାର୍ଶାଘାଇ, କେନ୍ଦ୍ରାପଡ଼ା ସଦର ଓ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ସମୁଦାୟ୨୪୪ ଲିଟର ବିଦେଶୀ ଓ ଦେଶୀ ଚୋରା ମଦ ଜବତ କରାଯାଇ ୧୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ବଡମୋହନପୁର ଗ୍ରାମର ମନୋରଞ୍ଜନ ମଳିକ(୫୫)ଙ୍କ ଠାରୁ ୪୫ ଲିଟର ଚୋରା ବିଦେଶୀ ମଦ, ସଂକୁରପୁର ଗ୍ରାମର ବିଜୟ କୁମାର ସେଠୀ(୬୦)ଙ୍କ ଠାରୁ ୨୧ ଲିଟର ଚୋରା ଦେଶୀ ମଦ, ତେରୋହୀ ଗ୍ରାମର କେଶବ ଚନ୍ଦ୍ର ମଳିକ(୪୩)ଙ୍କ ଠାରୁ ୨୯ ଲିଟର ଚୋରା ବିଦେଶୀ ମଦ, କଂସାର ଗ୍ରାମର ଝୁମର ନାୟକ(୪୭)ଙ୍କ ଠାରୁ ୨୫ ଲିଟର ଚୋରା ବିଦେଶୀ ମଦ, ଛାଛୁଣିଆ ଗ୍ରାମର ଅମର ସେଠୀ(୪୯)ଙ୍କ ଠାରୁ ୧୫ ଲିଟର ଚୋରା ଦେଶୀ ମଦ, ସାହସପୁର ଗ୍ରାମର ରଜନୀକାନ୍ତ ମଳିକ(୨୭)ଙ୍କ ଠାରୁ ୩୭ ଲିଟର ଚୋରା ବିଦେଶୀ ମଦ, ନୂଆଗାଁ ଗ୍ରାମର ଦେବାଶିଷ ବେହେରା(୨୯)ଙ୍କ ଠାରୁ୧୩ ଲିଟର ଚୋରା ବିଦେଶୀ ମଦ, ଭଗବାନପୁର ଗ୍ରାମର ଦେବଦ ନାୟକ(୪୫)ଙ୍କ ଠାରୁ ୧୯ ଲିଟର ଚୋରା ଦେଶୀ ମଦ, ଗର୍ଜଙ୍ଗା ଗ୍ରାମର ଦମୟନ୍ତୀ ମଳିକ(୩୩)ଙ୍କ ଠାରୁ ୩୫ ଲିଟର ଚୋରା ବିଦେଶୀ ମଦ, କୈଳାସ ଚନ୍ଦ୍ର ସେଠୀଙ୍କ ଠାରୁ ୫ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାକ୍ଷରୁ ସମୁଦାୟ୨୪୪ ଲିଟର ବିଦେଶୀ ଓ ଦେଶୀ ଚୋରା ମଦ ଜବତ କରାଯାଇ ୧୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ସୁଶ୍ରୀ ଋତୁପ୍ରଭା ସ୍ୱାଇଁ, ଛାୟାକାନ୍ତ ନାୟକ, ପ୍ରିୟଦର୍ଶି ମାନସରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରିମାନେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *