ତେଲଦିଆ ସ୍ୱ।ମୀ ବିବେକାନନ୍ଦ ଶିକ୍ଷା ନିକେତନ ର ବାର୍ଷିକୋତ୍ସବ

କଟକ ସଦର,୨୭ /୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ତେଲଦିଆ ଠାରେ ଥିବା ସ୍ୱାମୀ ବିବେକାନନ୍ଦ ଶିକ୍ଷା ନିକେତନ ର ତୃତୀୟ ବାର୍ଷିକ ଉତ୍ସବ ଆଜି ରବିବାର ସଂଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଜଣାଶୁଣା ସମାଜସେବୀ ରଘୁନାଥ ଚୈ।ଧୁରୀ ମଞ୍ଚ ପରିଚାଳନା କରିଥିଲାବେଳେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ରାଜନୀତି ସମୀକ୍ଷକ ଡ଼ଃ ଶ୍ରୀରାମ ଦାସ,ସନାତନୀ ସେନା ସଭାପତି ସମୀର କୁମାର ପଣ୍ଡା,ଘରୋଇ ଶିକ୍ଷାନୁଷ୍ଠାନ ସଭାପତି ଚିତ୍ତରଞ୍ଜନ ରାଉତ, ସଂପାଦକ ଜ୍ୟୋତିରଞ୍ଜନ ସାହୁ, ବରିଷ୍ଠ ଆଇନଜୀବି ଗଗନ ଦାଶ, ସମିତି ସଭ୍ୟା କୁନି ଭୋଇ ପ୍ରମୁଖ ଯୋଗ ଦେଇ ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷକତା ଉପରେ ଆଲୋକପାତ କରିଥିଲେ।

ଶିକ୍ଷା ନିକେତନ ର ପ୍ରତିଷ୍ଠାତା ସଭାପତି ଅମୂଲ୍ୟ ଦେବଦାସ, ଅଧ୍ୟକ୍ଷା ମଞ୍ଜୁକ୍ତା ଜେନା ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ୟ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଶେଷରେ ରଙ୍ଗାରଙ୍ଗ ‘ଵଚପନ’ କାର୍ୟ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା।

Leave a Reply

Your email address will not be published. Required fields are marked *