ଜଗତସିଂହପୁର,୧୧/୧୦/୨୦୨୬(ଓଡ଼ିଶା ସମାଚାର)-ଜଗତସିଂହପୁର ବ୍ଲକ ଅନ୍ତର୍ଗତ ନୂଆପୋଲ ସ୍ଥିତ ଆଶ୍ରା ସ୍ଵତନ୍ତ୍ର ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ଦୌରା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଜଜ୍ ବିଭୁ ପ୍ରସାଦ ପଣ୍ଡା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା, ଦେୱାନୀ ଅଦାଲତ ନିବନ୍ଧକ ବିଶ୍ୱ କଳ୍ପିତା ମହାନ୍ତି, ମୁନସିଫ ସଂକେତ ସାଶ୍ମଲ ପ୍ରମୁଖ ଯୋଗ ଦେଇଥିଲେ ।
ଜିଲ୍ଲା ଜଜ୍ ଶ୍ରୀ ନାୟକ ସ୍ଥିତ ଆଶ୍ରା ସ୍ଵତନ୍ତ୍ର ବିଦ୍ୟାଳୟ ଅନ୍ତେବାସୀଙ୍କ ସୁବିଧା ଅସୁବିଧା ବୁଝିବା ସହିତ ବିଭିନ୍ନ ଅସୁବିଧାର ସମାଧାନ ନିମନ୍ତେ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ପରିଚାଳନା କରିଥିଲେ ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
