ଲାୟନ୍ସ କ୍ଲବ ନୟାପଲ୍ଲୀ ଏବଂ EATMର ମିଳିତ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର

                                                                                 ୭୧ ୟୁନିଟ୍ ରକ୍ତ ସଂଗୃହିତ
ଭୁବନେଶ୍ୱର,୨୫/୦୨/୨୦୨୬ (ଓଡ଼ିଶା ସମାଚାର)-ଆମେ ସେବା କରୁ । ଏହି ମହତ୍ ଉଦ୍ଧେଶ୍ୟକୁ ପାଥେୟ କରି ଲାୟନ୍ସ କ୍ଲବ ଅଫ୍ ଭୁବନେଶ୍ୱର ନୟାପଲ୍ଲୀ ଏବଂ ଆଇନଷ୍ଟାଇନ ଏକାଡ଼େମୀ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଂଟର ମିଳିତ ସହଯୋଗରେ ଖୋର୍ଦ୍ଧାଜିଲା ବନିଆଟାଙ୍ଗିସ୍ଥିତ ଇଏଟିମ୍୍ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଲାୟନ୍ସ ସଦସ୍ୟ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ଏଇଟିଏମ୍ ର ପରିଚାଳନା କମିଟି, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । “ରକ୍ତ ଦିଅନ୍ତୁ, ଜୀବନ ଦିଅନ୍ତୁ” ଆହ୍ୱାନରେ ଅନୁପ୍ରାଣିତ ହୋଇ ଯିବପିଢିଙ୍କ ଦ୍ୱାରା ମୋଟ ୭୧ ୟୁନିଟ୍ ରକ୍ତ ସଂଗୃହିିତ ହୋଇଥିଲା ।


ଏହି କାର୍ଯ୍ୟକ୍ରମରେ ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଲବର ପ୍ରୟାସକୁ ପ୍ରଶଂସା କରିବା ସହ ଏଭଳି ସାମାଜିକ କାର୍ଯ୍ୟ ଜାରି ରଖିବାକୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆଇଓସିଏଲ୍ ସ୍କିଲ୍ ଡେଭଲପମେଂଟ ଇନ୍ଷ୍ଟିଚୁୁ୍ୟଟ ସିଇଓ ଶ୍ରୀ ରଞ୍ଜନ ଭୌମିକ ଯୋଗଦେଇ ରକ୍ତଦାନର ଗୁରତ୍ୱ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଲାୟନ୍ସ ଜିଲା ୩୨୨ସି୪ର ଗଭର୍ଣ୍ଣର ଲାୟନ୍ସ ହେମନ୍ତ କୁମାର ଖୁଂଟିଆ, ଦ୍ୱିତୀୟ ଭାଇସ୍ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ଲଳିତେନ୍ଦୁ ଶଥପଥୀ ଏବଂ ଅନ୍ୟାନ୍ୟ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରଟି ଆଇନଷ୍ଟାଇନ ଗ୍ରୁପ ଅଫ ଇନଷ୍ଟିଚୁ୍ୟଟର ବାର୍ଷିକ ଉତ୍ସବ ‘E FusionX’ର ଏକ ଅଂଶ ଭାବେ ଆୟୋଜିତ ହୋଇଥିଲା, ଯେଉଁଥିରେ ରାଜ୍ୟର ୧୫ରୁ ଅଧିକ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କଟକ ଏସସିବି ମେଡ଼ିକାଲ ଏବଂ ରେଡ଼କ୍ରସ ସୋସାଇଟିର ରକ୍ତ ଭଣ୍ଡାର ପକ୍ଷରୁ ଚିକିତ୍ସାା କର୍ମଚାରୀମାନେ ରକ୍ତ ସଂଗ୍ରହ ପ୍ରକି୍ରୟା ପରିଚାଳନା କରିଥିଲେ । ବରିଷ୍ଠ ଲାୟନ ସଦସ୍ୟ ଶ୍ରୀ ଏ.କେ. ଶାରଦା ଏହି ଶିବିରର ପ୍ରାୟୋଜକ ଥିଲେ ଏବଂ ରକ୍ତଦାତାମାନଙ୍କ ପାଇଁ ଫଳ, ପୁଷ୍ଟିକର ଖାଦ୍ୟ ଓ ଅଣ୍ଡାର ବ୍ୟବସ୍ଥା କରିଥିଲେ ।

ଆଇନଷ୍ଟାଇନ ଗ୍ରୁପର ଅଧ୍ୟକ୍ଷ ତଥା ଲାୟନ୍ସ କ୍ଲବର ନୂତନ ସଦସ୍ୟ ଶ୍ରୀ ବସନ୍ତ ବିଶୋଇ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କ୍ଲବ ସଭାପତି ଲାୟନ ସୁବ୍ରତ ଶଥପଥୀ ଅତିଥିମାନଙ୍କୁ ବୃକ୍ଷରୋପଣ ପାଇଁ ଚାରା ପ୍ରଦାନ କରି ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଇଏଟିଏମ୍ ର ନିର୍ଦେଶକ ଡଃ ରତି ରଞ୍ଜନ ସାବତ, ସହକାରୀ ପ୍ରଫେସର ରୂପକ କୁମାର ଦାସ ଏବଂ ବିଶ୍ୱଜିତ ମହାପାତ୍ରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା । କ୍ଲବ ସମ୍ପାଦକ ଲାୟନ ପ୍ରତୀକ ମହାପାତ୍ର ଆଗାମୀ ଦିନରେ କ୍ଲବ ପକ୍ଷରୁ ଚକ୍ଷୁ ଚିକିତ୍ସା, କର୍କଟ ସଚେତନତା ଏବଂ ପରିବେଶ ସୁରକ୍ଷା ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *