କେନ୍ଦ୍ରାପଡ଼ା ୧୧/୧୦/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲା ଅଧିନସ୍ଥ ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧା ଗ୍ରାମରେ ଉମିଦ୍ ୟୁଥ୍ ଫାଉଣ୍ଡେସନ୍ (UYF) ପକ୍ଷରୁ ଅକ୍ଟୋବର ୧୧ ତାରିଖ ରବିବାର ଦିନ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ଶିବିରରେ ପ୍ରାୟ ୧୦୦ ଜଣ ଲୋକ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସେବା ପାଇଥିଲେ।
ଏହି କାର୍ଯ୍ୟକ୍ରମରେ ଅର୍ଫା ନର୍ସିଂ ହୋମ୍ ର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଯୋଗଦେଇ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ସହ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା ଯୋଗାଇଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅନୁଜ ମହାନ୍ତି ଯୋଗଦେଇଥିବା ବେଳେ ପଳସୁଧା ମୁସଲିମ୍ ଗ୍ରାମର ସର୍ଦ୍ଦାର ଶେଖ୍ ଫିରୋଜ ଅଲୀ ଉପସ୍ଥିତ ଥିଲେ। ଫାଉଣ୍ଡେସନ୍ର ସେଟଲର୍ ତଥା ମୁଖ୍ୟ ନେତୃତ୍ୱ ଶ୍ରୀ ତାରିକ୍ ଖାନ୍ଙ୍କ ନେତୃତ୍ୱରେ ରିଜୱାନ୍ ହୋସେନ୍, ରାଜନୁଲ୍ ହକ୍, ପରଭେଜ୍, ଆର୍ସାଦ, ହାୟାତ୍ ଓ ଗୋରା ବାବୁଙ୍କ ସମେତ ଅନ୍ୟ ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
ଅର୍ଫା ନର୍ସିଂ ହୋମ୍ର ଡା. ସବିନାନାଜ୍ ପରବୀନ୍ ଏବଂ ନର୍ସ ନାଜାକତ୍ ପରବୀନ୍ ଙ୍କ ସମେତ ଚିକିତ୍ସା ଦଳ ଶିବିରରେ ଯୋଗଦେଇ ସ୍ଥାନୀୟ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ।
*ମାନବ ସେବା ହିଁ ମହାନ ସେବା — ଏହି ଆଦର୍ଶକୁ ନେଇ ଉମିଦ୍ ୟୁଥ୍ ଫାଉଣ୍ଡେସନ୍ ସମାଜସେବାରେ ନିରନ୍ତର ପ୍ରୟାସରତ।*ଉମିଦ୍ ୟୁଥ୍ ଫାଉଣ୍ଡେସନ୍ର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଥିବା ବେଳେ ଭବିଷ୍ୟତରେ ମଧ୍ୟ ଏଭଳି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଜାରି ରଖିବାକୁ ଫାଉଣ୍ଡେସନ୍ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।
