ଜୁଲାଇ ପହିଲାରୁ ଡାକ୍ତରଙ୍କ ଆନ୍ଦୋଳନ

ଭୁବନେଶ୍ୱର,୨୧/୦୬/୨୦୨୬(ଓଡ଼ିଶା ସମାଚାର)-ଜୁଲାଇ ପହିଲାରେ ଡାକ୍ତର ଦିବସରୁ କାର୍ଯ୍ୟ ବନ୍ଦ କରିବେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ(ଓମସା) । ସମୂହ ଇସ୍ତଫା ଦେବେ ସରକାରୀ ଡାକ୍ତର । ଦୀର୍ଘ ଦିନ ଧରି ୧୦ ଦଫା ଦାବି ପୂରଣ ନ ହେବାରୁ ଏହି ନିଷ୍ପତିି ନେଇଛି ସଂଘ । କ୍ୟାଡର ପୁନର୍ଗଠନ, ଲେବୁଲ ୧୫ ପେ ସ୍କେଲ ଉଚ୍ଛେଦ, ସ୍ୱଚ୍ଛ ବଦଳି ନୀତି, କେବିକେ ଏକଜିଟ ପଲିସି ଏବଂ ଦନ୍ତ ଡାକ୍ତରଙ୍କ ଇନସେନଟିଭ, ଇନସ୍ୟୁରାନ୍ସ , ଡାକ୍ତରଙ୍କୁ ସୁରକ୍ଷା ଇତ୍ୟାଦି ୧୦ ଦଫା ଦାବି ସରକାରଙ୍କୁ ଜଣାଇଥିଲା ‘ଓମସା’ ।

ହେଲେ ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ ବହୁବାର ଆଲୋଚନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ଆସନ୍ତା ଜୁଲାଇ ୧ ତାରିଖ ଡାକ୍ତର ଦିବସ ଦିନରୁ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରମାନେ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଏଥିସହ ମାଲକାନଗିରି ଜିଲା ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ବିଶେଷ କିଛି ପଦକ୍ଷେପ ନେଇ ନଥିବା କାରଣରୁ ଆସନ୍ତା ବୁଧବାର ଓପିଡି ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ସଂଘ ।

Leave a Reply

Your email address will not be published. Required fields are marked *