ସାଲେପୁର, ୧୦/୧୦/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା ) ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ସପ୍ତମ ଦିନରେ ପହଁଚିଛି । କଟକ ଜିଲ୍ଲା ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ଶୁକ୍ରବାର ସାଲେପୁର ବ୍ଲକ ଶିଶୁଆ ପଂଚାୟତ ଓ ନଇଗୁଆଁ ପଂଚାୟତରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶହ ଶହ ଦଳୀୟ କର୍ମୀ ଓ ପଂଚାୟତ ଜନପ୍ରତିନିଧି ମାନେ ପଦଯାତ୍ରାରେ ସାମିଲ ହୋଇ ଦୁଇ ପଂଚାୟତର ବିଭିନ୍ନ ୱାର୍ଡରେ ବୁଲି ଜନସାଧାରଣଙ୍କ ଭଲମନ୍ଦ ପଚାରି ବୁଝିଥିଲେ ଓ ୨୪ ବର୍ଷର ବିଜେଡି ସରକାରର ବିକାଶ ଓ ସଫଳତା କଥା ମନେପକାଇ ଦେବା ସହ ଡବଲ ଇଞ୍ଜିନ ସରକାର ସବୁ କ୍ଷେତ୍ରରେ ଆଜି ବିଫଳ ହୋଇଥିବା ଉପରେ ଜନମତ ସୃଷ୍ଟି କରାଯାଇଥିଲା।
ଏହି ଜନସମ୍ପର୍କ ପଦଯାତ୍ରାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ସହିତ ବିଜେଡି ବରିଷ୍ଠ ନେତା ଦିଲ୍ଲୀପ ଦାଶ,ଚିତ୍ତରଞ୍ଜନ ମହାନ୍ତି,ଗଣେଶ୍ୱର ସାହୁ,ସଂଜୀବ ସାହୁ, ପ୍ରଶାନ୍ତ ଦାଶ,ଶିଶୁଆ ସରପଞ୍ଚ ପ୍ରତିମା ସାହୁ, ସମିତିସଭ୍ୟ ମାନସ ଦାଶ, ପଂଚାୟତ ବିଜେଡି ସଭାପତି ପ୍ରଶାନ୍ତ ମିଶ୍ର, ନଈଗୁଆଁ ସରପଞ୍ଚ ପ୍ରିୟଦର୍ଶିନୀ ମଲ୍ଲିକ, ସମିତିସଭ୍ୟ ମନମୋହନ ନନ୍ଦ, ପଂଚାୟତ ବିଜେଡି ସଭାପତି କାର୍ତ୍ତିକ ଚନ୍ଦ୍ର କର ପ୍ରମୁଖଙ୍କ ସମେତ ବହୁ ମହିଳା, ଯୁବ ଛାତ୍ର ବିଜେଡି କର୍ମୀ ସାମିଲ ହୋଇଥିଲେ ।
