କଟକ ସଦର,୧୦/୧୦/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏଆଇଡିଏସଓ ରୁ ସଭାପତି ପ୍ରାର୍ଥୀ ଭାବେ ଗତକାଲି ଶୁକ୍ରବାର ଦିନ ସ୍ୱପ୍ନାରାଣୀ ପ୍ରଧାନ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ହେଲେ ପ୍ରାର୍ଥୀ ପତ୍ରରେ ତୃଟି ଦର୍ଶାଇ କର୍ତୃପକ୍ଷ ସ୍ୱପ୍ନାରାଣୀ ଙ୍କ ପ୍ରାର୍ଥୀ ପତ୍ର ନାକଚ କରିଥିଲେ। ଏହାର ପ୍ରତିବାଦରେ ସ୍ୱପ୍ନାରାଣୀ ପ୍ରଧାନ ଗତକାଲି ସଂଧ୍ୟାରୁ ନିଜ ସମର୍ଥକଙ୍କ ସହିତ ଭି ସି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ରେ ବସିଥିଲେ।
ଏହି ଅବସରରେ ନିଜର ତୃଟିକୁ ମାନିନେଇ ଆଜି ଶନିବାର ଦିନ ରେଭେନ୍ସା କର୍ତୃପକ୍ଷ ସ୍ୱପ୍ନାରାଣୀ ପ୍ରଧାନ ଙ୍କ ପ୍ରାର୍ଥୀ ପତ୍ର କୁ କାଏମ ରଖିଥିବା ଜଣାପଡିଛି। ଏହା ଛାତ୍ର ଆନ୍ଦୋଳନର ଵିଜୟ ବୋଲି ସ୍ୱପ୍ନାରାଣୀ କହିଥିବା ବେଳେ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ ଯେ ଏଠାରେ ପାଞ୍ଚଜଣ ପ୍ରାର୍ଥୀ ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇଛନ୍ତି।
