କଟକ ସଦର,୩୧/୧୦/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଦଶହରା ଭସାଣି ପରଦିନ କିଶନନଗର ଥାନାର ଏକାଧିକ ପୋଲିସ କର୍ମଚାରୀ କୌଣସି କାରଣ ନଦର୍ଶାଇ ବିଜେଡ଼ି ନେତା ପ୍ରକାଶ ମହାପାତ୍ରଙ୍କୁ ତାଙ୍କ ଘରୁ ଉଠାଇ ଆଣି ପୁଣି ଛାଡିବା ପ୍ରତିବାଦରେ ଆଜି ଶନିବାର ଦିନ ବିଜେଡ଼ି ପକ୍ଷରୁ ଥାନା ଘେରାଉ କରାଯାଇଥିବା ଜଣାପଡିଛି। କଟକ ସଦର ବ୍ଲକ ପୂର୍ବତନ ବିଜେଡି ସଭାପତି ପ୍ରମୋଦ ମହାପାତ୍ର ଙ୍କ ନେତୃତ୍ଵରେ ଉପସଭାପତି ଶରତ ରାୟ, ଉପସଭାପତି ଅଶୋକ ବେହେରା, ବିଜେଡ଼ି ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ରୁସ୍ତମ ମହମ୍ମଦ, ସୁରେଶ ବିଷୋୟୀ, ପ୍ରକାଶ ମହାପାତ୍ର, ପ୍ରମୋଦ ମହାନ୍ତି ପ୍ରମୁଖ ବହୁ କର୍ମୀ ଓ କାର୍ଯ୍ୟକର୍ତ୍ତା ଏ ସମ୍ପର୍କରେ ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ ଙ୍କ ସହିତ ଆଲୋଚନା କରି ଏହାର ପୁନରାବୃତ୍ତି ନହେଵା ସହିତ ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଥିଲେ।
