କଟକ ସଦର,୧୦/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିଜ ଗାଁ ତଥା ନିଜେ ପଢୁଥିବା କିଶନନଗର କଲେଜ ଛାତ୍ର ସଂସଦ ନିର୍ବାଚନକୁ ଅପ୍ରତିଦ୍ଵନ୍ଦୀ କରିବାକୁ ଜନୈକ ଯୁଵ ଛାତ୍ର ନେତାଙ୍କ ସହିତ ବିଧାୟକ ଙ୍କ ରୁଦ୍ଧ ଦ୍ୱାର ରଣନୀତି ଶେଷରେ ଫସର ଫାଟିଛି। ଦୁଇଟି ମୁଖ୍ୟ ପଦଵୀ ସଭାପତି ଓ ସାଧାରଣ ସମ୍ପାଦକ ପାଇଁ ଦୁଇଜଣ ଆଶାୟୀ ପ୍ରତିଦ୍ବନ୍ଦି ସବୁ କାଗଜପତ୍ର ଯୋଗାଡ଼ କରି ଶେଷରେ ଯଥା ସମୟରେ ନାମାଙ୍କନ ପତ୍ର ଆଣି ନପାରିଵା ଯୋଗୁଁ ନାମାଙ୍କନ ଦାଖଲ କରିବାରୁ ବଞ୍ଚିତ ହୋଇଥିଲେ। ଯାହା ଫଳରେ ଅନ୍ୟ ଦୁଇ ଜଣ ଏକକ ପ୍ରାର୍ଥୀ ହୋଇଥିବା ରୁ ସେମାନେ ସୌଭାଗ୍ୟ ବଶତଃ ଅପ୍ରତିଦ୍ଵନ୍ଦୀ ହୋଇ ଯାଇଥିଲେ। ନହେଲେ ଆଜି ଯେମିତି କେହି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କଲେ ନାହିଁ ସେହି ଅବସ୍ଥା ଦେଖିବାକୁ ମିଳିଥାନ୍ତା।ହେଲେ ବିଧାୟକଙ୍କ ସହିତ ଥିବା କିଛି କୁଚକ୍ରୀ ଷଡ଼ଯନ୍ତ୍ରକାରୀ ବ୍ୟକ୍ତି ବିଧାୟକଙ୍କୁ ବଦନାମ କରିବାକୁ ଏଭଳି ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି।
