ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ମଧ୍ୟ ନିର୍ବାଚନ ଲଢିବେ
ଭୁବନେଶ୍ବର, ୧୭/୦୪/୨୦୨୪ (ଓଡ଼ିଶା ସମାଚାର)- ୨୦୨୪ ସାଧାରଣ ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ଦଳ ର ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚମ ପର୍ଯ୍ୟାୟରେ ୯ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ମଧ୍ୟ ଦୁଇଟି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ମଧ୍ୟ ନିର୍ବାଚନ ଲଢିବେ।
ସେହିପରି ଆଜି ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ କଣ୍ଟାବାଞ୍ଜି- ନବୀନ ପଟ୍ଟନାୟକ , ଅନୁଗୁଳ- ସଂଯୁକ୍ତା ସିଂହ , ନିମାପଡ଼ା- ଦିଲୀପ ନାୟକ , ସାନଖେମୁଣ୍ଡି- ସୁଲକ୍ଷଣା ଗୀତାଞ୍ଜଳି ଦେବୀ , ଜୟପୁର- ଇନ୍ଦିରା ନନ୍ଦ , ଚିତ୍ରକୋଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ , ପଦ୍ମପୁର- ବର୍ଷା ସିଂ ବରିହା , କୁଚିଣ୍ଡା- ରାଜେନ୍ଦ୍ର ଛତ୍ରିଆ , ଦେବଗଡ଼- ଅରୁନ୍ଧତି ଦେବୀ
ଅନ୍ୟପଟେ ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି। ପୂର୍ବରୁ ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ ଓ ରେଢ଼ାଖୋଲରୁ ରୋହିତ ପୂଜାରୀ ପ୍ରାର୍ଥୀ ହୋଇଥିବା ବେଳେ ଆଜି ସେଥିରେ ପରିବର୍ତ୍ତନ କରାଯାଇ ରେଢ଼ାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ବଲପୁରରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ବିଜେଡି।
ସୂଚନାଯୋଗ୍ୟ ବିଜେଡି ବର୍ତ୍ତମାନ ସୁଦ୍ଧା ସମସ୍ତ ୨୧ ଲୋକସଭା ଓ ୧୨୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ଆଉ ୨୧ ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନାହିଁ।