ନିଶ୍ଚିନ୍ତକୋଇଲି,୨୦/୦୬/୨୦୨୫ ( ଓଡିଶା ସମାଚାର /ଅଭୟ ଜେନା )- ବିଦ୍ୟାଳୟ ର ଗୃହ ବିପଦପୂର୍ଣ୍ଣ ଥିବାରୁ ରାସ୍ତାରେ ବସିଲେ ଛାତ୍ରଛାତ୍ରୀମାନେ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧିକାରୀ ଙ୍କ ଅଧୀନସ୍ଥ ବନ୍ଧୁପୁର ପଂଚାୟତ ସ୍ଥିତ ଚିନ୍ତାମଣି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ସ୍ଥାନୀୟ ଅଭିଭାବକ ଙ୍କ ବାରଂବାର ଅଭିଯୋଗ ସତ୍ୱେ ଶିକ୍ଷା ବିଭାଗ କୈାଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ତାତିଲେ ଅଭିଭାବକ ଓ ଛାତ୍ରଛାତ୍ରୀ।
ନିଜର ଦାବି ଜାହିର କରି ବିପଦପୂର୍ଣ ଗୃହରେ ନବସି ରାସ୍ତାରେ ବସିଲେ ଛାତ୍ରଛାତ୍ରୀମାନେ। ବିଦ୍ୟାଳୟର ଶ୍ରେଣୀ ଗୃହ ର ଛାତ ରୁ ରଡ୍ ଦେଖା ଗଲାଣି ଏବଂ ଖଣ୍ଡ ଖଣ୍ଡ ହୋଇ ଛାତରୁ ସିମେଣ୍ଟ ଖଣ୍ଡ ପଡୁଥିବାରୁ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ଛାତ୍ର ଛାତ୍ରଛାତ୍ରୀମାନେ ।
ଏଠାରେ ଶିଶୁ ବାଟିକା ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯାଏ। ଏହି ବିଦ୍ୟାଳୟରେ ପାଖାପାଖି ୪୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ତେଣୁ ତୁରନ୍ତ ସରକାର ଏହି ବିଦ୍ୟାଳୟରେ ଥିବା ଶ୍ରେଣୀ ଗୃହ ର ପୁନଃରଉଦ୍ଧାର କରିବା ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।