କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରିଡ଼ା ଉତ୍ସଵ ଉଦଯାପିତ

କଟକ ସଦର,୦୯/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ଠାରେ ଥିବା ଅଗ୍ରଣୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରିଡ଼ା ଉତ୍ସଵ ରବିବାର ଦିନ ଉଦଯାପିତ ହୋଇଛି। ଏହାକୁ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଉଦଘାଟନ କରିଥିବା ବେଳେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉଦଯାପିତ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆୟତପୁର ସରପଂଚ ରାକେଶ ବେହେରା, ଫକିରପଡା ସରପଂଚ ମିଲି ସେଠୀଙ୍କ ସମେତ ସ୍କୁଲ ପରିଚାଳନା ସମିତି ସଂପାଦକ ନବଘନ ରାଉତ, ହୃଷିକେଶ ଜେନା,ରାଧାକୃଷ୍ଣ ସ୍ୱ।ଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଫକିରପଡା ପଡ଼ିଆରେ ତିନି ଦିନିଆ କ୍ରିଡ଼ା ପ୍ରତିଯୋଗିତା କୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ପରିଚାଳନାରେ ସହାୟତା କରିଥିଲେ।

 

Leave a Reply

Your email address will not be published. Required fields are marked *