କଟକ ସଦର, ୦୯/୧୦/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର କଲେଜ ଛାତ୍ର ସଂସଦ ନିର୍ବାଚନର ଆଜି ଶୁକ୍ରବାର ପ୍ରାର୍ଥୀ ପତ୍ର ଦାଖଲ ଦିନରେ ପ୍ରଥମ ଝଲକ ଦେଖିବାକୁ ମିଳିଛି। ସଭାପତି ଭାବେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ଵୈଜୟନ୍ତୀ ବେହେରା ଓ ସାଧାରଣ ସମ୍ପାଦକ ଭାବେ ମମତା ମାଇତି ଏକକ ପ୍ରାର୍ଥୀ ପତ୍ର ଦାଖଲ କରି ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଅସମର୍ଥିତ ଭାବେ ଜଣାପଡିଛି।


ଆସନ୍ତା କାଲି ଶନିବାର ଅନେକ ଡମି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବେ ବୋଲି ଜଣାପଡିଛି। ଏହା ଯଦି ହୁଏ ତେବେ କିଶନନଗର କଲେଜ ନିର୍ବାଚନରେ ଅପ୍ରତିଦ୍ଵନ୍ଦୀ ଛାତ୍ର ନେତା ତିଆରି କରି ବାଜିମାତ୍ କରିବ ବୋଲି ଚର୍ଚ୍ଚା ଜୋର ଧରିଛି।
