ସର୍ବଭାରତୀୟ ମା ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ :  ସୋନପୁର ଚମ୍ପିୟାନ । 

ନିରାକାରପୁର, ୩୦/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା  ଛଣଗିରି ସର୍ବଭାରତୀୟ ମା ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ରେ ବିଶାଖାପାଟଣା ଜେ ଏଫ୍ ସି ଓ ସୋନପୁର ବିଏସଏଫ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ସଂଘର୍ଷ ପୂର୍ଣ ମ୍ୟାଚର ଦ୍ବିତିୟାର୍ଧ ର ୨୪ ମିନିଟ ରେ ସୋନପୁର ଦଳର ଅଭୟ ମୁଣ୍ଡା ଗୋଟିଏ ଗୋଲ୍ ଦେଇ ଦଳକୁ ବିଜୟୀ କରାଇଥିଲେ। ଖେଳ ପରିଚାଳନା କରିଥିଲେ ଦିଗବିଜୟ ଦାସ,ଅମିତ ନାୟକ, ରାଜେନ୍ଦ୍ର ବାରିକ ଓ ବିପ୍ଳବ ସୁନ୍ଦରାୟ। ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତି ରିନ୍ଦ୍ର ନାଥ ମିତ୍ର, ରାଜ୍ୟସଭା ସାଂସଦ ମୁନା ଖାଁ, ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ,  ରାଜ୍ୟ ମହିଳା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର,  ପୂର୍ବତନ ବିଧାୟକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ, ବରିଷ୍ଠ ନେତା ବିପିନ କୁମାର ଜୟସିଂହ,  ମହିଳା ନେତ୍ରୀ ଗୀତାଞ୍ଜଳୀ ପାଟ୍ଟଶାଣୀ,  ସରପଂଚ ପୂର୍ଣ୍ଣିମା ମହାପାତ୍ର, ସମିତି ସଭ୍ୟା ସୁମିତ୍ରା ବରିଶଲ, ଶିକ୍ଷକ ନେତା ରମାକାନ୍ତ ମହାପାତ୍ର , ସମାଜସେବୀ ଚିତ୍ତରଞ୍ଜନ ଭୋଳ, ସରପଂଚ ବିରେଶ ରାଜଗୁରୁ, ପୂର୍ବତନ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ନରେନ୍ଦ୍ର, ସରପଂଚ ସୌରଭ ଦାସ ମହାପାତ୍ର, ଶିକ୍ଷାବିତ୍ କାଳନ୍ଦୀ ଚରଣ ନାୟକପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ମଞ୍ଚ ସଂଯୋଜନା କରିଥିଲେ ବୀରେନ୍ଦ୍ର ଦାସ। ଆୟୋଜକ କମିଟି ସଭାପତି ମନୋରଂଜନ ସାମନ୍ତରାୟ, ଉପସଭାପତି ଶେଖ୍ ସେରଲୀ, ସଂପାଦକ ବିଭୁତି ଭୁଷଣ ଦାସ ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ। ଚମ୍ପିୟାନ ଓ ରନର୍ସ ଅପ ଦଳକୁ ଅତିଥି ମାନେ ଟ୍ରଫି ସହ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଥିଲେ।ଅଲ୍ଲୀ ଅଟୋ ସ୍ପେଆର ପାର୍ଟସ ଓ ସାଇ ସୋନୁ ଅଳଙ୍କାର ଟୁର୍ଣ୍ଣାମେଣ୍ଟ ରେ ଆର୍ଥିକ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *