ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ସମ୍ବିଧାନ ଦିବସ ପାଳିତ 

ଭୁବନ ୨୬/୧୧/୨୦୨୪ (ଓଡ଼ିଶା ସମାଚାର)-ଭୁବନ  ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଛାତ୍ରୀମାନେ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ଼ଃ ମମତା ପାତ୍ର ଅଧ୍ୟକ୍ଷତା କରି ସମ୍ବିଧାନର ବ୍ୟବସ୍ଥାକୁ ନିଖୁଣ ରୂପେ ଉପସ୍ଥାପନ କରିଥିଲେ ।କ୍ୟାପଟେନ ପ୍ରମିଳା କୁମାରୀ ଦାସ ସମ୍ବିଧାନର ନୀତି ଓ ଅଧିକାର, କର୍ତ୍ତବ୍ୟ ବିଷୟରେ ଛାତ୍ରୀମାନଙ୍କୁ ବାର୍ତ୍ତା ଦେଇଥିଲେ । ଅଧ୍ୟାପିକା ନମିତା ଦାସ ସମ୍ବିଧାନ ର ସୁରକ୍ଷା ସମ୍ବର୍ଦ୍ଧିତ ଆଲୋଚନା କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ରାଉତରାୟ ସମ୍ବିଧାନ ପ୍ରଣେତା ଡ଼ଃ ଭିମାରାଓ ଆମ୍ବେଦକର କିପରି ବିଭିନ୍ନ ଦେଶର ସମ୍ବିଧାନକୁ ଅନୁସରଣ କରି ସମ୍ବିଧାନ ରଚନା କରିଥିଲେ ସେ ସମ୍ପର୍କରେ ଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ,ଚିତ୍ରାଙ୍କନ,ରଚନା ଓ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ନିରଞ୍ଜନ ନାୟକ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।  ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *