ଆୟତପୁର ୫-ଟି ସ୍କୁଲ୍ ପରିଦର୍ଶନ କରି ଦୁର୍ନୀତିର ଗନ୍ଧ ଵାରିଲେ ବିଧାୟକ ପ୍ରକାଶ ସେଠୀ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ 

କଟକ ସଦର ,୨୪/୬/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ଆୟତପୁର ସ୍କୁଲରେ ୫-ଟି ଯୋଜନାରେ ହୋଇଥିବା କାର୍ଯ୍ୟକ୍ରମ ରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ ଓ ଗଣମାଧ୍ୟମରେ ବାରମ୍ବାର ଖଵର ପ୍ରସାରିତ ହେଉଥିବା ପରିପ୍ରେକ୍ଷୀରେ କଟକ ସଦର ନବନିର୍ବାଚିତ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଆଜି ସୋମବାର ଅଚାନକ ସ୍କୁଲ ପରିଦର୍ଶନ କରିଥିବା ଜଣାଯାଇଛି। ପୂର୍ବରୁ ନିମ୍ନମାନର କାର୍ଯ୍ୟ ସାଙ୍ଗକୁ ପୁରୁଣା କାନ୍ଥ କୁ ରଙ୍ଗ ଦେଇ ନୂଆ କରାଯାଇଥିବା ସମ୍ପର୍କରେ ଯେତେ ଅଭିଯୋଗ କଲେ ମଧ୍ୟ ପୂର୍ଵ ସରକାରୀ ଦଳର ଛତ୍ରଛାୟା ତଳେ ରହି ଠିକାଦାର ଓ ବିଭାଗୀୟ କର୍ମଚାରୀମାନେ ଏହାକୁ ଫୁ କରି ମନଇଛା କାର୍ଯ୍ୟ କରି ଚାଲିଥିଲେ। ଯେଉଁଥିପାଇଁ ଜନସାଧାରଣ ଓ ଅଭିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଧାୟକ ସ୍କୁଲର ସମସ୍ତ କାର୍ଯ୍ୟ ତନ ତନ କରି ଦେଖି ଦୁର୍ନିତୀ ହୋଇଥିବା ଅନୁଭବ କରିଥିଲେ। ଏଥିପାଇଁ ଵିଡିଓ ରୁମନା ଜାଫ୍ରିଙ୍କ ସହିତ ବିଭାଗୀୟ ଯନ୍ତ୍ରୀଙ୍କୁ ସ୍କୁଲକୁ ଡକାଇ ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ପୂର୍ବତନ ସରପଂଚ ଙ୍କ ପ୍ରତିନିଧି ନିମାଇଁ ମହାପାତ୍ର, ହୃଷିକେଶ ଜେନା, ଲକ୍ଷ୍ମୀଧର ଜେନା, ବଳରାମ ନାୟକ,ସଂଜୟ ସେଠୀ, ସଂଜୟ ସାହୁ, ଦିଲ୍ଲିପ ସ୍ୱ।ଇଂ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ। ବିଧାୟକଙ୍କ ଏତାଦୃଶ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *