କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ୨୫ ଆଶାୟୀଙ୍କ ପ୍ରାର୍ଥୀପତ୍ର ଦାଖଲ

କେନ୍ଦ୍ରାପଡ଼ା, ୦୯/୧୦/୨୦୨୬ (ଓଡ଼ିଶା ସମାଚାର)- ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଜି ୨୫ ଜଣ ଆଶାୟୀ ଛାତ୍ରଛାତ୍ରୀ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସଭାପତି ପଦପାଇଁ ଶୁଭମ ରଞ୍ଜନ ଦାସ, ହିମାଂଶୁ ନାୟକ, ସୋମନାଥ ମଲ୍ଲିକ, ତୁଳସୀ ମଲ୍ଲିକ ଓ ଶୁଭମ କୁମାର ସେଠୀ ପ୍ରମୁଖ ୫ ଛାତ୍ରଛାତ୍ରୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଉପସଭାପତି ପଦ ପାଇଁ ଆକାଶ ବାରିକ, ଓମ ପ୍ରକାଶ ଦାସ, ଚିରଞ୍ଜିତ ଜତି ପ୍ରମୁଖ ୩ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସାଧାରଣ ସମ୍ପାଦକ ପଦ ପାଇଁ ଶୁଭେନ୍ଦୁ ବିକାଶ ମଲ୍ଲିକ, ମାନସ ରଞ୍ଜନ ବେହୁରା, ଆଲୋକ ସେଠୀ, ଅଭିଷେକ ସ୍ୱାଇଁ ଓ ଲକ୍ଷ୍ମୀଧର ସାହୁ ପ୍ରମୁଖ ୫ ଜଣ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ମାନସ ରଞ୍ଜନ ବେହୁରାଙ୍କ ନାମାଙ୍କନପତ୍ରଟି ନାକଚ ହୋଇଯାଇଥିଲା । କାରଣ ତାଙ୍କ ବୟସ ୨୪ବର୍ଷ ବୋଲି ଜଣାପଡିଥିଲା ।

ଲିଙ୍ଗଡୋ କମିଶନଙ୍କ ନିୟମ ଅନୁଯାୟୀ ୨୩ ବର୍ଷ ମଧ୍ୟରେ ଜଣେ ପ୍ରାର୍ଥୀ ଛାତ୍ରସଂସଦ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ । ସହକାରୀ ସାଧାରଣ ସମ୍ପାଦକ ପଦ ପାଇଁ ମହମ୍ମଦ ଆୱାସ ଓ ଅବିନାଶ ନାଥ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଶ୍ରେଣୀ ପ୍ରତିନିଧି ପଦରେ ବର୍ଷାରାଣୀ ସ୍ୱାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାଟ୍ୟ ସଂସଦ ସମ୍ପାଦକ ପଦ ପାଇଁ ଦେବସ୍ମିତା ପି. ସୁତାର, ସ୍ୱାତୀ ସ୍ୱାଗତିକା ଜେନା ଓ ସୋମନାଥ ନାୟକ ପ୍ରମୁଖ ୩ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । କଲେଜ ମାଗାଜିନ ଛାତ୍ର ପ୍ରତିନିଧି ପଦବୀ ପାଇଁ ଜିତ୍ ପ୍ରସାଦ ରାଉତ ନାମାଙ୍କନ ଦାଖଲ କରିଛନ୍ତି । କ୍ରୀଡ଼ା ସଂସଦ ସଂପାଦକ ପଦ ନିମନ୍ତେ ଶୁଭଙ୍କର ସିଂ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ ନାମାଙ୍କନପତ୍ର ଦାଖଲ କରିଛନ୍ତି । କ୍ରୀଡ଼ା ସଂସଦ ସହକାରୀ ସମ୍ପାଦକ ପଦ ପାଇଁ ଆଲୋକ ଲେଙ୍କା ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବାଳିକା କମନ୍ରୁମ ସମ୍ପାଦକ ପଦବୀ ନିମନ୍ତେ ପ୍ରିୟଦର୍ଶିନୀ ମଣ୍ଡୁ ନାମାଙ୍କନପତ୍ର ଦାଖଲ କରିଥିବା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଚିତରଞ୍ଜନ ଦାସ, ନିର୍ବାଚନ ଅଧିକାରୀ ପ୍ରଫେସର ଗୌତମ ଚରଣ ଦାସ ଏକ ବିଜ୍ଞପ୍ତି ଜାରିକରି ସୂଚନା ଦେଇଛନ୍ତି ।

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କଲେଜ କ୍ୟାମ୍ପସରେ ପୋଲିସ ମୁତୟନ କରାଯାଇଥିଲା । ଫଳରେ ଶାନ୍ତିଶୃଙ୍ଖଳାର ସହ ନାମାଙ୍କନପତ୍ର ଦାଖଲ କାର୍ଯ୍ୟ ସମାପନ ହୋଇଛି ।

Leave a Reply

Your email address will not be published. Required fields are marked *