ବିଦେଶୀ ନାଗରିକଙ୍କ ଡିଜିଟାଲ୍ ରିପୋର୍ଟିଂ ବାଧ୍ୟତାମୂଳକ

ପ୍ରବାସନ ଓ ବିଦେଶୀ ଆଇନ-୨୦୨୫ ଅନୁଯାୟୀ ଫର୍ମ-III (ପୂର୍ବତନ C-ଫର୍ମ)ରେ ଅନଲାଇନ୍ ତଥ୍ୟ ଦାଖଲ ନିର୍ଦ୍ଦେଶ

ଯାଜପୁର,୦୯/୧୦/୨୦୨୬(ଓଡ଼ିଶା ସମାଚାର)-ପ୍ରବାସନ ଓ ବିଦେଶୀ ଆଇନ-୨୦୨୫ର ଧାରା-୮  ଅନୁସାରେ ସମସ୍ତ ବିଦେଶୀ ନାଗରିକ, ଭାରତୀୟ ବଂଶଭୂତ ବେଦେଶୀ ନାଗରିକତା କାର୍ଡ ଅଧିକାରୀ, ନେପାଳି ଏବଂ ଭୁଟାନ ନାଗରିକ ଙ୍କ ରହଣି ବ୍ୟବସ୍ଥା ସମୟରେ ରହଣି ସ୍ଥାନ ତରଫରୁ ସେମାନଙ୍କର ଆଗମନ ଏବଂ ପ୍ରସ୍ଥାନ ବିଷୟରେ ନିର୍ଦ୍ଧାରିତ ଅନଲାଇନ ପୋର୍ଟାଲ ଫର୍ମ ନମ୍ବର –III (ପୂର୍ବରୁ ଫର୍ମ ନମ୍ବର –ଗ ) ରେ ଅନଲାଇନ ମାଧ୍ୟମରେ ୨୪ ଘଣ୍ଟା ମଧ୍ୟରେ ଦେବାକୁ ପଡିବ । ଏହି ଆଦେଶ ଅନୁସାରେ ହୋଟେଲ ମାଲିକ, ହୋମଷ୍ଟେ ପରିଚାଳକ, ଏୟାର ବିଏନବି ଅପରେଟର, ଶିକ୍ଷା ଅନୁଷ୍ଠାନ, ବେସରକାରୀ ଘର ମାଲିକ, ଛାତ୍ରାବାସ, ଧର୍ମୀୟ ଅନୁଷ୍ଠାନ, ବେସରକାରୀ ଚିକିତ୍ସାଳୟ ଆଦିଙ୍କୁ ଜଣାଇବାକୁ ପଡିବ ।

ଉକ୍ତ ଆଇନଗତ ବ୍ୟବସ୍ଥାର ଅନୁପାଳନ ନକରିଲେ ଧାରା ୨୩-ବି ପ୍ରବାସନ ଏବଂ ବିଦେଶୀ ଆଇନ-୨୦୨୫ ଅନୁସାରେ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଅତି କମ ରେ ପ୍ରତ୍ୟେକ ନିୟମ ଉଲଂଘନ ପାଇଁ ଟ. ୫୦,୦୦୦/- ଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଓ ବାଣିଜିକ ଆବାସିକ ପ୍ରଦାନକାରୀ ଏବଂ ସେହିଭଳି ଅତି କମ ରେ ଟ.୧,୦୦,୦୦୦/- ଙ୍କା ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଏବଂ ଚିକିତ୍ସାଳୟ ଉପରେ ଜୋରିମାନା ଆଦାୟ କରାଯିବ ସହିତ ପ୍ରତ୍ୟେକ ନିୟମ ଉଲଂଘନ ପାଇଁ ଫୌଜଦାରୀ ମାମଲା ମଧ୍ୟ ରୁଜୁ କରାଯିବ ବୋଲି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *