କଟକ ସଦର,୦୪ /୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):୨୦୨୯ ରେ ଵର୍ଦ୍ଧିତ ଆସନ ଅନୁସାରେ ସାଧାରଣ ନିର୍ବାଚନ ହେବ ବୋଲି ଆକଳନ ଆରମ୍ଭ ହୋଇଛି। ପ୍ରକାଶ , ଏଥିପାଇଁ ୨୦୨୬ ରେ ହେଵ ସୀମା ପୁନଃ ନିର୍ଦ୍ଧାରଣ। ସୀମା ପୁନଃ ନିର୍ଦ୍ଧାରଣ ପୂର୍ବରୁ ସରିବ ଜନଗଣନା । ଏଥର ପ୍ରଥମ ଥର ପାଇଁ ଜାତି ଭିତ୍ତିକ ଜନଗଣନା ବୋଲି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ୨୦୦୯ ରେ ଶେଷଥର ପାଇଁ ଓଡ଼ିଶାରେ ସୀମା ନିର୍ଧାରଣ ହୋଇଥିଲା।
୧୪୭ ବିଧାନସଭା ସହିତ ୨୧ ଲୋକସଭା ହୋଇଥିବା ବେଳେ କିଶନନଗର ନିର୍ବାଚନ ମଣ୍ଡଳୀ କଟକ ସଦର ସହିତ ମିଶି ଯାଇଥିଲା। ସୀମା ପୁନଃ ନିର୍ଦ୍ଧାରଣ ପରେ ୨୦୨୯ ରେ ଲୋକସଭା ଆସନ ସଂଖ୍ୟା ୩୦ ହେବା ସହିତ ବିଧାନସଭା ଆସନ ସଂଖ୍ୟା ୨୧୦ ହେବ ବୋଲି ଆକଳନ କରାଯାଉଛି।
ଏହା ଜଣାପଡିବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିବା ବେଳେ ରାଜନୈତିକ ଵ୍ୟକ୍ତି ମାନଙ୍କ ଛାତି ଧଡ଼ଧଡ ହେଉଥିବା ଜଣାପଡିଛି।