ଜୁନାଗଡ଼,୨୦/୦୧/୨୦୨୬ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଜୁନାଗଡ଼ ଠାରେ ବିରାଟ ହିନ୍ଦୁ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ହିନ୍ଦୁ ସମ୍ମିଳନୀ ସଂଚାଳନ ସମିତି ଦ୍ୱାରା ଆୟୋଜିତ ସମ୍ମେଳନ ବଜରପଡା ଶିବ ମନ୍ଦିର ଠାରୁ ମହିଳାମାନଙ୍କ ଦ୍ୱାରା ଏକ ବିଶାଳ କଳସ ଯାତ୍ରା ଆୟୋଜିତ ହୋଇ ଜୁନାଗଡ଼ ହାଇସ୍କୁଲ ଖେଳପଡିଆ ରେ ପହଞ୍ଚିଥିଲା।
ହାଇସ୍କୁଲ ଖେଳପଡିଆରେ ପଞ୍ଚ କୁଣ୍ଡିଅ ଗାୟତ୍ରୀ ମହାଯଜ୍ଞ ଓ ହନୁମାନ ଚାଳିଶା ପାଠ ମଧ୍ୟ ଆନୁଷ୍ଠାନିକ ଭାବେ ସମ୍ପନ୍ନ ହୋଇଥିଲା। କାର୍ୟ୍ୟକ୍ରମରେ ସନ୍ତବାଣୀ ପାଇଁ ଶ୍ରୀ ପରମାର୍ଥ ଜୀ ମହାରାଜ, ମୁଖ୍ୟ କେନ୍ଦ୍ରୀୟ ପ୍ରଭାରୀ, ପତଞ୍ଜଳି ଯୋଗ ପୀଠ, ହରିଦ୍ୱାର ଉପସ୍ଥିତ ଥିଲେ। ସେହିପରି ବକ୍ତବ୍ୟ ପାଇଁ ଶ୍ରୀ ପ୍ରଦୀପ ଯୋଶୀ ଜୀ, ଅଖିଳ ଭାରତୀୟ ସହ ପ୍ରଚାର ପ୍ରମୁଖ ମଧ୍ୟ ଯୋଗଦାନ କରିଥିଲେ।
ସମିତି ସଭାପତି ହିମାଂଶୁ ଶେଖର ବରାଡ଼ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ବିଶେଷ ଅତିଥି ଙ୍କ ସହ ସମିତି ର ସହ ସମ୍ପାଦକ ବିକାଶ ପଟ୍ଟନାୟକ (ମିକୁନ), ବନ୍ଦନା ଅଗ୍ରୱାଲ କୋଷାଧ୍ୟକ୍ଷ ପ୍ରବୀର ଗୋଏଲ ମହିଳା ପ୍ରମୁଖ ମିନା ବାଗ ଯୁବା ପ୍ରମୁଖ ବାଦଲ ଶବର ପ୍ରମୁଖ ମଂଚାସୀନ ଥିଲେ । ସମିତି ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ଉପସଭାପତି ଦୁର୍ଗା ପ୍ରସାଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । କଳାବିକାଶ କେନ୍ଦ୍ର ଓ ସାଇନିଙ୍ଗ କିଡ଼ସ ୱାଲଡ଼ ସ୍କୁଲ ତରଫରୁ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଭବ୍ୟ କାର୍ୟ୍ୟକ୍ରମକୁ ହିନ୍ଦୁ ସମ୍ମିଳନୀ ସଂଚାଳନ ସମିତି ପକ୍ଷରୁ ସୁଚାରୁ ଭାବେ ଆୟୋଜନ କରାଯାଇଥିଲା।
