ସେବା ସଂକଳ୍ପ ଅଭିଯାନ ଅବସରରେ ବରୀ ମାଉଣ୍ଟଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଯାଜପୁର,୦୯/୧୦/୨୦୨୬(ଓଡ଼ିଶା ସମାଚାର)-ସେବା ସଂକଳ୍ପ ଅଭିଯାନ ପରିପ୍ରେକ୍ଷୀରେ ବରୀ ଥାନାର ସହଯୋଗରେ ବରୀ ମାଉଣ୍ଟଠାରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଯାଜପୁର ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସଡ଼କ ବ୍ୟବହାରକାରୀମାନଙ୍କୁ ମାଗଣାରେ ହେଲମେଟ୍ ବଣ୍ଟନ କରାଯାଇଥିଲା। ଗାଡ଼ି ଚଳାଇବା ସମୟରେ ସୁରକ୍ଷା ନିୟମ ପାଳନ କରିବା, ଦୁଇଚକିଆ ଯାନ ଚାଳକ ଓ ସହଯାତ୍ରୀମାନେ ହେଲମେଟ୍ ବ୍ୟବହାର କରିବା ଏବଂ ସଡ଼କ ଦୁର୍ଘଟଣା ହ୍ରାସ କରିବା ଉଦ୍ଦେଶ୍ୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

ସଡ଼କ ସୁରକ୍ଷା ନିୟମ ପାଳନ କରିବା ଦ୍ୱାରା ନିଜର ତଥା ଅନ୍ୟମାନଙ୍କର ମୂଲ୍ୟବାନ ଜୀବନ ସୁରକ୍ଷିତ ରଖିହେବ ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।ଏହି ସଚେତନତା କାର୍ଯ୍ୟକ୍ରମ କୁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଧୀରେନ୍ଦ୍ର କୁମାର ନାୟକ ପରିଚାଳନା କରିଥିଲେ।ସହକାରୀ ମୋଟର ଯାନ ନିରୀକ୍ଷକ ପ୍ରଦୀପ୍ତ ବେହେରା ଓ ବରୀ ପୋଲିସ ପରିଚାଳନା ରେ ସହାୟତା କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *