ବ୍ଲକ୍ ସମ୍ମୁଖରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଙ୍କ ଧାରଣା ୪ର୍ଥ ଦିନରେ 

ଗରଦପୁର,୨୫/୦୯/୨୦୨୫(ଓଡ଼ିଶା ସମାଚାର)-ଆଜି ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ର ଫାଟକ ସମ୍ମୁଖରେ ବ୍ଲକ୍ ସ୍ତରୀୟ ମିଶନ ଶକ୍ତି ସଂଘ ପକ୍ଷରୁ ଗଣ ଧାରଣା ଦିଆଯାଇଥିଲା । ବ୍ଲକ୍ ର ୧୮ ଗୋଟି ପଂଚାୟତରେ କାର୍ଯ୍ୟରତ ଶତାଧିକ କମୁ୍ୟୁନିଟି ସପୋର୍ଟ ଷ୍ଟାଫ ଗଣ ଧାଣାରେ ଯୋଗ ଦେଇଥିଲେ । ସ୍ଥାୟୀ ନିଯୁକ୍ତି ଓ ସ୍ଥାୟୀ ଦରମା ଦାବି କରି ବିଭିନ୍ନ ନାରାବାଜି କରିଥିଲେ ।

ଖରା ଓ ବର୍ଷାକୁ ଖାତିର ନକରି ଶତାଧିକ ମହିଳା ଫାଟକ ସମ୍ମୁଖରେ ୧୦ ଟା ରୁ ୪ ଟା ପର୍ଯ୍ୟନ୍ତ ବସି ରହିଥିଲେ । ଫଳରେ ବ୍ଲକ୍ କାର୍ଯ୍ୟାଳୟ ନିକଟକୁ ଚାରିଚକିଆ ଯାନଦ ଯିବାରେ ବାଧା ସୃଷ୍ଟି ହୋଇଥିଲା । ଫାଟକ ସମ୍ମୁଖରୁ କିଛି ପଛକୁ ହଟିବାକୁ ବ୍ଲକ୍ ପ୍ରଶାସନ ପରାମର୍ଶ ଦେଇଥିଲେ ମଧ୍ୟ ଧାଣାରତ ମହିଳା ମାନେ ତାହା ଶୁଣିନଥିଲେ ।  ସେମାନେ ଅଭିଯୋଗ କରିଥିଲେ ଯେ ପୂର୍ବରୁ ସେମାନଙ୍କୁ ଯେଉଁ ଆଧାରରେ ଦରମା ଦିଆଯାଉଥିଲା, ଏବେ ସେପରି ଦିଆଯାଉନାହିଁ । ଗତ ୬ ମାସ ହେଲା ସେମାନଙ୍କୁ ସ୍ଥାୟୀ ଦରମା ନମିଳୁଥିବାରୁ ବାରମ୍ବାର ବିଭାଗିୟ ପ୍ରଶାସକଙ୍କୁ ଜଣାଇଲେ ମଧ୍ୟ ଏହାର ସ୍ଥାୟି ସମାଧାନ କରାଗଲା ନାହିଁ ।

ଏଥି ସହିତ ରାଜସ୍ୱ ଗ୍ରାମ ଅନୁସାରେ ସିଏଲଏଫ ଗଠନରୁ ବାଦ୍ ପଡ଼ୁଥିବା ସିଆରପି ଙ୍କର ସ୍ଥାୟୀତ୍ୱ ଓ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ ଙ୍କର ସ୍ଥାୟୀ ଦରମା ର ସ୍ଥାୟୀ ସମାଧାନ ନହେଲା ପର୍ଯ୍ୟନ୍ତ ଗରଦପୁର ବ୍ଲକ୍ ଆସୋସିଏସନ୍ ପକ୍ଷରୁ  ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖ ରେଧାରଣା ରେ ବସିବା ପାଇଁ ନିଷ୍ପତି ନିଆଯାଇଛି ।  ସଂଘର ସଭାପତି ଅମିତାଂଜଳି କର , ସମ୍ପାଦିକ ମୋନାଲିସା ବେହେରା , ନିହାରୀକା ନାୟକ, ଜାନକୀ ଶୁକ୍ଳା , ମମତା ଦାସ, ସୁଜାତା ରାଉତ, ସରୋଜିନୀ ରାଉତ, ଦେବସ୍ମିତା ପଟ୍ଟନାୟକ, ନୀରୂପମା ପଣ୍ଡା, ସୌଦାମିନୀ ସୂତାର, କଲ୍ୟାଣୀ ଜେନା, ଗୀତାଂଜଳି ମହାପାତ୍ର, ସସ୍ମିତା ବେହେରା ପ୍ରମୁଖ ସେମାନଙ୍କ ଦାବି ପତ୍ର ଏବିଡ଼ିଓ ସଂଜୟ ଦାସ ଙ୍କୁ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *