କଟକ,୦୮/୧୦/୨୦୨୬ (,ଓଡିଶା ସମାଚାର /ଅଭୟ ଜେନା )-ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଙ୍କ ଆହ୍ବାନ ରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ର ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ କଟକ ସଦର କଂଗ୍ରେସ ପକ୍ଷରୁ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ପ୍ରାର୍ଥୀ ଶ୍ରୀ ରାମଚନ୍ଦ୍ର ଗୋଚ୍ଛାୟତ ଙ୍କ ନେତୃତ୍ବ ରେ ଶତାଧିକ କର୍ମୀ ଗୋପାଳପୁର ବାଲିକୁଦା ନିକଟରେ ରାସ୍ତାରୋକ କରି ଓଡ଼ିଶା ବନ୍ଦ ପାଳନ କରିଥିଲେ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଙ୍କ ଗିରଫଦରୀ,ଓଡ଼ିଶା ବିରୋଧୀ ଖଣି ନିୟମ ର ପ୍ରତ୍ୟାଖ୍ୟାନ,ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବି,ବନ୍ୟା କ୍ଷତିଗ୍ରସ୍ତ ଓଡ଼ିଶା ଲୋକଙ୍କ ପ୍ରତି କେନ୍ଦ୍ର ସରକାର ର ବୈମାତୃକ ମନୋଭାବ ବିରୁଦ୍ଧରେ ଆଜିର ଏହି ବନ୍ଦ ଡାକରା ଦିଆ ଯାଇଥିଲା। ପୂର୍ବ ଦିନର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ସାଧାରଣ ଜନତା ଓ ବ୍ୟବସାୟୀ ମାନେ ପ୍ରାୟତଃ ଏହି ବନ୍ଦ କୁ ସ୍ଵତଃ ପ୍ରବୃତ୍ତ ସମର୍ଥନ ଜଣାଇଛନ୍ତି।ଗୋପାଳ ପୂର୍ ବାଲିକୁଦା ଠାରେ କଟକ ସଦର ବ୍ଲକ ସଭାପତି ସୀତାକାନ୍ତ ପଣ୍ଡା ଓ ୫୮ ନମ୍ବର କଂଗ୍ରେସ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ନିଜକୁ ସାମିଲ କରିଥିଲେ।ଏହାପରେ ପୁନଃ ସମସ୍ତେ ମିଳିତ ଭାବେ ଫୁଲ ନଖରା ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ଯାଇ ରାଜପଥ ପାର୍ଶ୍ଵରେ ଥିବା ବିଭିନ୍ନ ବ୍ୟାଙ୍କ୍,ବେସରକାରୀ ସଂସ୍ଥା,ସରକାରୀ କାର୍ଯ୍ୟାଳୟ ଆଗରେ ପିକେଟିଂ କରି ବନ୍ଦ କରିଥିଲେ। ଶେଷରେ ଲିଙ୍କ ରୋଡ ଛକ ଓ ସମ୍ରାଟ ସିନେମା ସାମ୍ନା ରାସ୍ତାରେ ବସି ରାସ୍ତା ଅବରୋଧ ଓ ସାଧାରଣ ସଭା କରିଥିଲେ।
ଏହି ବନ୍ଦରେ ରାଜେଶ୍ ସ୍ୱାଇଁ,ସାଗର ବେଉରା,ମନୋଜ ଜଟି,ନିର୍ମଳ ସ୍ୱାଇଁ,ରବୀନ୍ଦ୍ର ସାହୁ,ନିହାର ରଞ୍ଜନ ନନ୍ଦ,ମମତା ସିଂହ, ଈଲୁ ସିଂହ,ତନ୍ମୟ ପରିଜା,ଶୁକଦେବ ସାମଲ,ଦୁଷ୍ମନ୍ତ ସେନାପତି, ନଜମେର ହୁସେନ ଖାଁ,ପୁନାନନ୍ଦ୍ ଭୋଇ, କସୀମ ଖାଁ,କୃଷ୍ଣ ଚନ୍ଦ୍ର ଭୋଇ,ଦିଲୀପ ବାରିକ,ମନୋଜ ପରିଜା,ପ୍ରମୋଦ ବେଉରା,ପ୍ରଭଞ୍ଜନ ନାୟକ,ଦିବ୍ୟଜ୍ୟୋତି ରାଉତ,ପ୍ରମୋଦ ଭଟ୍ଟ,ତ୍ରୈଲୋକ୍ୟ ପ୍ରଧାନ,ସରୋଜ ସାହୁ,ମାନସ ରଞ୍ଜନ ବାରିକ,ତ୍ରିଲୋଚନ ଭୋଇ,ଋଷି କାଣ୍ଡୀ,ଦିବକାର ମୁଦୁଲି ଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇ ଥିଲେ।
