କଟକ ସଦର,୧୧/୦୫/୨୦୨୬(ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ନିର୍ବାଚନ ମଣ୍ଡଳୀରୁ ହାରିଯିଵା ପରେ ଦୁଇ ବର୍ଷ ହେଲା ନିର୍ବାଚନ ମଣ୍ଡଳୀ ଉପରୁ ମୁହଁ ଫେରାଇ ନେଇ କୋରାପୁଟରେ ହୋଟେଲ ବ୍ୟବସାୟରେ ବ୍ୟସ୍ତ ଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଏବେ ଶତାଧିକ ନେତାଙ୍କ ମଧ୍ୟରେ ଥଇଥାନ ପଦବୀରେ ସ୍ଥାନ ପାଇଵା ପରେ ଟିକେ ସଂଗଠନ ମୁହାଁ ହୋଇଥିବା ଜଣାପଡିଛି।
ଏହି ପରିପ୍ରେକ୍ଷୀରେ ଆଜି ଚନ୍ଦ୍ର ସାରଥି ତାଙ୍କର କେତେକ ହାତଗଣତି ଅନୁଗତ ମାନଙ୍କୁ ନେଇ ୪ ନମ୍ବର ଜିଲ୍ଲାପରିଷଦ ଜୋନ ଉରାଳି ପଞ୍ଚାୟତ ଜରିପଡା ସଂସ୍କୃତି ଭବନ ପରିସରରେ ପ୍ରଥମ ସାଂଗଠନିକ ବୈଠକ କରିଛନ୍ତି। ଏଥିରେ ଯୋଗ ଦେଇଥିବା ୪୨ ମୈ।ଜା ଦଧିବାମନପୁର ପଞ୍ଚାୟତର ପୂର୍ବତନ ଵର୍ଷିୟାନ ସରପଂଚ ତଥା କଟକ ସଦର ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ଅମ୍ବିକା ପାତ୍ର ଙ୍କ ସ୍ୱାମୀ ବିଦ୍ୟାଧର ପାତ୍ରଙ୍କୁ ଭାଷଣରେ ଚନ୍ଦ୍ର ସାରଥି କଟାକ୍ଷ କରିବା ନେଇ ହାସ୍ୟରୋଳ ସୃଷ୍ଟି ହୋଇଥିଲା।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ, ସରକାରୀ ଶିକ୍ଷକତାରୁ ଅବସର ନେଇ ସଦର ବ୍ଲକ ବିଜେଡ଼ି ସଭାପତି ହୋଇଥିବା ବିଭୁତି ଭୁଷଣ ମହାନ୍ତି, ପୂର୍ବତନ ସଭାପତି ପ୍ରମୋଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଦୁଇବର୍ଷ ହେଲା ନିଷ୍କ୍ରିୟ ଥିବା ବିଜେଡ଼ି ସଂଗଠନ ଆଗକୁ କିଭଳି ଭାବେ ସକ୍ରିୟ ହେଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।
