କଟକ ସଦର,୨୬/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ର ସାଲେପୁର, ମାହାଙ୍ଗା, ଆଠଗଡ଼, ବଡ଼ମ୍ବା,ବାଙ୍କି ନିର୍ବାଚନ ମଣ୍ଡଳୀକୁ ନେଇ ପୁନଃର୍ଗଠିତ ହୋଇଥିଵା ବିଜେପି କଟକ ଜିଲ୍ଲା ଗ୍ରାମୀଣ ର ସଭାପତି ଭାବେ ଆଠଗଡର ରାମନାରାୟଣ ମହାନ୍ତି ମନୋନୀତ ହୋଇଥିବା ଜଣାପଡିଛି। ପୂର୍ବରୁ ରାମନାରାୟଣ ଜିଲ୍ଲା ସାଧାରଣ ସଂପାଦକ ଥିଲେ । ସାଧାରଣ ନିର୍ବାଚନ ସମୟରେ ଜିଲ୍ଲା ସଭାପତି ଥିବା ପ୍ରକାଶ ବେହେରା ଦଳ ଛାଡ଼ିବା ପରେ ସଭାପତି ପଦ ଏକ ମାସ ଧରି ଖାଲି ପଡ଼ିଥିଲା। ଏଥିପାଇଁ ରାମନାରାୟଣ ଙ୍କୁ ସେତେବେଳେ କାମଚଳା ସଭାପତି ଭାବେ ରଖାଯାଇଥିଲା । ଏବେ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ପୂର୍ଣ୍ଣକାଳୀନ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ରାମନାରାୟଣ ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରି ୨୦୦୯ ରେ ଆଠଗଡ ରୁ ବିଜେପି ଵିଧାୟକ ପ୍ରାର୍ଥୀ ହୋଇଥିଲେ। ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଓ ଅସନ୍ତୁଷ୍ଟ ମାନଙ୍କୁ ମନେଇଵା ରାମନାରାୟଣ ଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବା ସମ୍ଭାବନା ଅଧିକ ରହିଛି ବୋଲି ଚର୍ଚ୍ଚା ହେଉଛି।
କଟକ ଜିଲ୍ଲା ବିଜେପି କାମଚଳା ସଭାପତି ରାମନାରାୟଣ ମହାନ୍ତି ହେଲେ ସ୍ଥାୟୀ ସଭାପତି
