ଭୁବନ, ୦୮/୧୦/୨୦୨୬(ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ବିରାଶାଳ କ୍ଲଷ୍ଟରର ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ‘ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ସୃଜନାତ୍ମକ ପ୍ରତିଭାର ବିକାଶ ପାଇଁ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମାୟାଧର ଦେହୁରୀ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପରିଚାଳନା କମିଟି ଉପସଭାପତି ଭାରତୀ ଦେହୁରୀ, ପରିଚାଳନା କମିଟି ସଦସ୍ୟ ରୂପାଲୀ ବେହେରା ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନାତ୍ମକ ଲିଖନ, କୁଇଜ୍, ଓଡ଼ିଆ ଭାଷାକୁ ନେଇ ଚିତ୍ରାଙ୍କନ , ସଙ୍ଗୀତ,ଦଳଗତ ନୃତ୍ୟ ପି.ଏମ୍ ପୋଷଣ ହସ୍ତକଳା ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। 
ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ଉପସଭାପତି ଭାରତୀ ଦେହୁରୀ, ସଦସ୍ୟା ମାହି ମାରାଣ୍ଡି, ଶିଶୁ ସେବିକା ଜ୍ୟୋସ୍ନାମୟୀ ଦେହୁରୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କମିଟି ସଦସ୍ୟା ପଙ୍କଜିନୀ ମହାନ୍ତ, ଚନ୍ଦନୀ ଦେହୁରୀ,ଯାଜ୍ଞସେନୀ ମହାନ୍ତ,ଦ୍ରୋପଦୀ ମହାରଣା, ସବିତା ମହାରଣା, କୁନ୍ତଳା ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ।
