ଭିଜିଲାନ୍ସ ଜାଲରେ ପଡ଼ିଲେ ମହିଳା ଡେପୁଟି ରେଞ୍ଜର

ମୌସୁମୀ ବେହେରା, ରେଡ୍ ହ୍ୟାଣ୍ଡରେ ୧ ଲକ୍ଷ ଟଙ୍କା ଜବତ

କଟକ ସଦର,୨୯/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବୃକ୍ଷରୋପଣ ସ୍ଥଳର ରକ୍ଷଣାବେକ୍ଷଣ,ଜଗାରଖା ଓ ସାର ପ୍ରୟୋଗ ବାବଦ ବିଲ୍ ମଞ୍ଜୁର କରିବା ପାଇଁ ନିଜ ରେଞ୍ଜର ଜନୈକ କର୍ମଚାରୀଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଆଜି ଗୁରୁବାର ଦିନ ଜାଲ ବିଛେଇ ଛକି ରହିଥିବା ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି ଫୁଲନଖରା ଫରେଷ୍ଟ ରେଞ୍ଜର କଟକ ନୁଆପଡା ଘାଟକୂଳ କାର୍ଯ୍ୟଳୟରେ କାର୍ଯ୍ୟରତ ଥିବା ମହିଳା ଡେପୁଟି ରେଞ୍ଜର ମୌସୁମୀ ବେହେରା।

ତାଙ୍କ ଠାରୁ ରେଡ୍ ହ୍ୟାଣ୍ଡରେ ଏକ ଲକ୍ଷ ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିବା ସହିତ ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢାଉ ଅଭିଯାନ ଜାରି ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *