କଟକ ସଦର,୧୮/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ପୋଲିସ ମହାସଂଘ ର ନିର୍ବାଚନ ଗତ ୧୩ ଓ ୧୪ ତାରିଖ ରେ ଅନୁଷ୍ଠିତ ହୋଇ ଆଜି ବୁଧବାର ଦିନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ସଭାପତି ଭାବେ କନ୍ଦରପୁର ଥାନା ର ପୂର୍ବତନ ସଵ୍ ଇନିସପେକ୍ଟର ଅସିତ୍ ରଞ୍ଜନ ଜେନା ନିର୍ବାଚିତ ହୋଇଥିବା ଜଣାପଡିଛି।
ତାଙ୍କ ସହିତ ପ୍ରେମ୍ କୁମାର ଜେନା ଓ ସଂଗ୍ରାମ ସିଂ ଉକ୍ତ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଥିଲେ। ଏହି ନିର୍ବାଚନ ରେ ରାଜ୍ୟର ଏଏସଆଇ,ଏସଆଇ ଓ ଇନସ୍ପେକ୍ଟର ମାନେ ଭୋଟ ଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଅସିତ୍ ରଞ୍ଜନ ଜେନା ଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡିଛି।
