କଟକ ସଦର, ୨୪/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଛାତ୍ର ଛାତ୍ରୀ ମାନଙ୍କ ଚକ୍ଷୁ ପରୀକ୍ଷା କରି ଉପଯୁକ୍ତ ଚିକିତ୍ସା ଓ ମାଗଣାରେ ଚଷମା ପ୍ରଦାନ ପାଇଁ ସରକାରଙ୍କ ‘ସୁନେତ୍ର’ଯୋଜନାରେ କଟକ ସଦର ବ୍ଲକ ଅନ୍ତର୍ଗତ ଚାରିଗୋଟି ଵିଦ୍ୟାଳୟରେ କଟକ ସଦର ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଓ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଚାରି ଦିନିଆ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଆଜି ଶୁକ୍ରବାର ଦିନ କିଶନନଗର ଚିନ୍ତାମଣି ବିଦ୍ୟାପୀଠରେ ଉଦଯାପିତ ହୋଇଯାଇଛି।
ଶିବିରକୁ ବ୍ଲକ ଶିକ୍ଷା ଅଧିକାରିଣୀ ସରସ୍ଵତୀ କାନୁନଗୋ ଓ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ଃ ବସନ୍ତ କୁମାର ସାହୁ ଉଦଘାଟନ କରିଥିବା ବେଳେ ଉଦଯାପନ କରିଥିଲେ ଚକ୍ଷୁ ବିଶେଷଜ୍ଞ ଡ଼ଃ କ୍ରିଷ୍ଣା କାବେରୀ ପଟ୍ଟନାୟକ ଓ ଚିନ୍ତାମଣି ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଆଲୋକ କୁମାର ପାଣିଗ୍ରାହୀ।
ଡ଼ଃ ରାକେଶ କୁମାର ଜେନା ଡ଼ଃ ଦେଵୀଶ୍ରୀ ଵୁକୁଲିମା, ଡ଼ଃ ସୁଚିସ୍ମିତା ଆଚାର୍ଯ୍ୟ ଶିଵିରରେ ସହାୟତା ଯୋଗାଇଥିଲା ବେଳେ ଡ଼ଃ ଶୁଭାଶିଷ ଶତପଥୀ ଚାରୋଟି ଶିବିର ପରିଚାଳନାରେ ସହାୟତା କରିଥିଲେ। ସୂଚନାଯୋଗ୍ୟ ଯେ ଖାନନଗର ହାଇସ୍କୁଲରୁ ୧୪୮, ଵେଣ୍ଟକାର ହାଇସ୍କୁଲରୁ ୧୭୦, ଫକିରପଡା ହାଇସ୍କୁଲରୁ ୮୬ ଓ କିଶନନଗର ହାଇସ୍କୁଲରୁ ୬୬ ମୋଟ ୪୭୦ ଛାତ୍ର ଛାତ୍ରୀ ପରୀକ୍ଷା ନିରୀକ୍ଷା ପରେ ମାଗଣା ଚଷମା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି ।
![](https://eodishasamachar.com/wp-content/uploads/2023/11/5.jpg)