ଆଲ୍ପି ଏଜୁକେସନ୍ ଟ୍ରଷ୍ଟ ଓ ଆଲ୍ପି ଯୁକ୍ତ ଦୁଇବିଜ୍ଞାନ ମହାବିଦ୍ୟାଳୟର ପକ୍ଷରୁ ରକ୍ତଦାନ ଶିବିର ।

କଟକ,୯/୪/୨୦୨୪(ଓଡ଼ିଶା ସମାଚାର) : କଟକ ଅରୁଣଦୋୟ ନଗରସ୍ଥିତ ଆଲ୍ପି ଏଜୁକେସନ୍ ଟ୍ରଷ୍ଟ ଓ ଆଲ୍ପି ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।  ଓୟୁଏଟିର ବୈଜ୍ଞ।ନିକ ଡକ୍ଟର ଦେବୀ ପ୍ରସାଦ ଦାସଙ୍କ ଦ୍ବାରା ଶିବିର ଉଦ୍ଘାଟିତ ହୋଇଥିଲ। ଉକ୍ତ ଉତ୍ସବରେ ବ୍ୟଙ୍ଗ କବି ଡକ୍ଟର ଧର୍ମଛଡ଼ା, କ୍ରୀଡାବିତ୍ ରବି ଶତପଥୀ ଓ କଟକ ଚୌଦ୍ବାରର ବିଧାୟକ ସୌଭିକ୍ ବିଶ୍ବାଳ ଯୋଗଦେଇଥିଲେ। ଉକ୍ତ ଅନୁଷ୍ଠାନର ମୁଖ୍ୟ ଆକର୍ଷଣ ଥିଲେ କେନ୍ଦ୍ରାପଡ଼ାର ସାଂସଦ ତଥା ଓଲିଉଡ୍  ର ସୁପର୍ଷ୍ଟାର୍ ଅନୁଭବ ମହାନ୍ତି। ଶ୍ରୀ ମହାନ୍ତି ଶିବିରରେ ସମସ୍ତ ରକ୍ତଦାତାମାନଙ୍କୁ ରକ୍ତ ଦାନ ପାଇଁ ପ୍ରୋତ୍ସାହିତ କରିବା ସହିତ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀମାନଙ୍କ ସହିତ ମୂଲ୍ୟବାନ ସମୟ ବିତାଇଥିଲେ। ଉକ୍ତ ଶିବିରକୁ ଅନୁଷ୍ଠାନର  ଅଧ୍ୟକ୍ଷ ଡକ୍ଟର ପ୍ରଭାତ ତ୍ରିପାଠୀ ଓ ସମସ୍ତ କର୍ମଚାରୀ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *