ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର, ୨୨/୦୪/୨୦୨୪ (ଓଡ଼ିଶା ସମାଚାର)-  ଆଜି ବିଜେଡିର ସପ୍ତମ ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ୬ଟି ଆସନରୁ ୫ଟିରେ ପ୍ରାର୍ଥୀ ବଦଳାଯାଇଥିବାବେଳେ କାକଟପୁରରେ ଅପରିବର୍ତ୍ତିତ ରଖିଛି । ଏଥର ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଂଜିତା ମାର୍ଣ୍ଡି ଓ ବରୀରୁ ବିଶ୍ବରଂଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି।

Leave a Reply

Your email address will not be published. Required fields are marked *