ଭୁବନେଶ୍ୱର,୧୫/୦୨/୨୦୨୪ (ଓଡ଼ିଶା ସମାଚାର)- ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓ ଙ୍କ ଘର ଉପରେ ଭିଜିଲାନ୍ସର ଚଢ଼ାଉ ଜାରି । ଭୁବନେଶ୍ୱର, ବୌଦ୍ଧ ଓ ଗଂଜାମ ର ୧୦ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର ଙ୍କ ଭୁବନେଶ୍ୱର କଳ୍ପନା ଛକ ,
ଗୌତମ ନଗର, ଶୈଳଶ୍ରୀ ବିହାର, ମଂଚେଶ୍ୱର, କଳାରାହାଙ୍ଗ ଓ ପାହାଳ , ବୌଦ୍ଧ ସରକାରୀ କାର୍ଯ୍ୟାଳୟ, ଗଂଜାମ , ଭଂଜନଗର ପୈତୃକ ଘର ଆଦି ୧୦ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ଏହି ଚଢ଼ÿାଉରେ ଦୁଇ ଜଣ ଅତିରିକ୍ତ ଏସପି, ୬ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ସାମିଲ ରହିଛନ୍ତି। ଭୁବନେଶ୍ବର ପାହାଳସ୍ଥିତ ଉତ୍କଳ ସିଗନେଚରରେ ଥିବା ତୃତୀୟ ମହଲା ଘର, ଗୌତମନଗର ଉତ୍କଳ କନିକା ଗ୍ୟାଲେରିଆରେ ଥିବା ସର୍ପିଂ ମଲ୍ , କଳ୍ପନା, କଳାରାହାଙ୍ଗ , ଶୈଳଶ୍ରୀ ବିହାର ଏବଂ ମଞ୍ଚେଶ୍ବରରେ ଥିବା ଆର୍ପାଟମେଣ୍ଟର ଚଢଉ ଚାଲିଛି। ଏପରିକି ଗଞ୍ଜାମ ଭଞ୍ଜନଗରରେ ଥିବା ପୈତୃକ ଘର ଏବଂ ବ୍ରହ୍ମପୁର କମାପଲ୍ଲୀରେ ବି ଚଢଉ କରୁଛି ଭିଜିଲାନ୍ସ ଟିମ୍।