ଦୁଇ ଭାଇଙ୍କ ମଧ୍ୟରେ ସାମାନ୍ୟ ବଚସାକୁ ନେଇ ଗୁଳିକାଣ୍ଡ , ଜଣେ ନାବାଳକ ଆହତ

ଖୋର୍ଦ୍ଧା,୧୩/୧୦/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଟାଙ୍ଗୀ ଥାନା ଦୀକ୍ଷିତପଡ଼ାରେ ଚାଞ୍ଚଲ୍ୟ । ଦୁଇ ଭାଇଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ଗୁଳି ଫୁଟିଛି । ସାଇ ଭାଇର ଗୁଳିରୁ ଅଳ୍ପକେ ବର୍ତ୍ତି ଯାଇଛି ବଡ଼ ଭାଇ । ହେଲେ କାନ୍ଥରେ ଗୁଳି ବାଜି ଛିଟିକି ଜଣେ ନାବାଳକ ଆହତ ହୋଇଛି। ଦୁଇ ଭାଇଙ୍କୁ ପୁଲିସ ଗିରଫ କରିଛି ।
ମିିଳିଥିବା ସୂଚନା ଅନୁସାରେ, କୌଣସି କାରଣକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ସାନ ଭାଇ ବଡ଼ ଭାଇ ଉପରକୁ ଗୁଳି ଚଳାଇଥିଲା । ସୌଭାଗ୍ୟବଶତଃ ବଡ଼ ଭାଇ ଅଳ୍ପକେ ବର୍ତ୍ତି ଯାଇଛି । ହେଲେ ସାନ ଭାଇ ବନ୍ଧୁକର ଗୁଳି ଟି କାନ୍ଥରେ ବାଜିଥିଲା । ଆଉ କାନ୍ଥରୁ ଗୁଳି ଛିଟିକି ଜଣେ ନାବାଳକ ଦେହରେ ବାଜିବର ଫଳରେ ନାବାଳକଟି ଆହତ ହୋଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଭାଇଙ୍କୁ ଗିରଫ କରିଛି । ଗିରଫ ଦୁଇ ଭାଇ ହେଲେ ରବି ନାୟକ ଓ ଶିବ ନାୟକ । ଘଟଣାସ୍ଥଳରୁ ପୁଲିସ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ।

Leave a Reply

Your email address will not be published. Required fields are marked *