କଟକ ୦୫/୧୦/୨୦୨୬(ଓଡ଼ିଶା ସମାଚାର)- ମୟୂରଭଞ୍ଜ ଜିଲ୍ଲା ବାରିପଦା R&B ଡିଭିଜନ୍ ଅନ୍ତର୍ଗତ ବେତନଟି R&B ଉପ-ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (EE) ଅରବିନ୍ଦ ମହାନ୍ତିଙ୍କ ଘରେ ଚାଲିଥିବା ତଲାସି ଅଭିଯାନରେ ବର୍ତ୍ତମାନ ସୁଦ୍ଧା କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରାଯାଇଛି। ଏଥିମଧ୍ୟରେ ୨ଟି ବହୁ-ମହଲା ବିଶିଷ୍ଟ କୋଠା, ୫ ଏକର ବିଶିଷ୍ଟ ୧ଟି ଫାର୍ମ ହାଉସ୍, ୨୩ଟି ମୂଲ୍ୟବାନ ପ୍ଲଟ୍, ପ୍ରାୟ ୩୦୦ ଗ୍ରାମ ସୁନା, ୮.୦୭ ଲକ୍ଷ ଟଙ୍କା ନଗଦ, ୬୯.୬୯ ଲକ୍ଷ ଟଙ୍କାର ଜମା ରାଶି ଏବଂ ୧ଟି ଚାରି ଚକିଆ ଗାଡ଼ି ଆଦି ଅନ୍ତର୍ଭୁକ୍ତ।
ଭିଜିଲାନ୍ସ ନିର୍ଦ୍ଦେଶାଳୟ ଓଡିଶା, କଟକ ଙ୍କ ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ବାରିପଦା R&B ଡିଭିଜନ୍ ଅନ୍ତର୍ଗତ ବେତନଟି R&B ଉପ-ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (EE) ଅରବିନ୍ଦ ମହାନ୍ତିଙ୍କ ୭ଟି ସ୍ଥାନରେ ଚାଲିଥିବା ତଲାସି ଅଭିଯାନରେ ଶ୍ରୀ ମହାନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ନିମ୍ନଲିଖିତ ଚଳନଶୀଳ ଓ ସ୍ଥାବର ସମ୍ପତ୍ତି (କୋଟି କୋଟି ଟଙ୍କା ମୂଲ୍ୟର) ବର୍ତ୍ତମାନ ସୁଦ୍ଧା ଠାବ କରାଯାଇଛି:
୧) ବାଲେଶ୍ୱରର ଅଙ୍ଗାରଗଡ଼ିଆ ଠାରେ ପ୍ରାୟ ୩୫୦୦ ବର୍ଗଫୁଟ୍ କ୍ଷେତ୍ରଫଳ ବିଶିଷ୍ଟ ଗୋଟିଏ ତିନି ମହଲା କୋଠା ।
୨) ଖୋର୍ଦ୍ଧାର ବାଲିଅନ୍ତା ଠାରେ ପ୍ରାୟ ୧୮୦୦ ବର୍ଗଫୁଟ୍ କ୍ଷେତ୍ରଫଳ ବିଶିଷ୍ଟ ଗୋଟିଏ ଦୁଇ ମହଲା କୋଠା ।
୩) ବାଲେଶ୍ୱର ଜିଲ୍ଲାର ବସନ୍ତପୁର ଠାରେ ଶ୍ରୀ ମହାନ୍ତିଙ୍କ ୫ ଏକର ବିଶିଷ୍ଟ ଫାର୍ମ ହାଉସ୍, ଯେଉଁଥିରେ ୨ଟି ମାଛ ଚାଷ ପୋଖରୀ ଓ କୁକୁଡ଼ା ଫାର୍ମ ରହିଛି ।
୪) ୨୩ଟି ମୂଲ୍ୟବାନ ପ୍ଲଟ୍, ଯେଉଁଥିରେ ବାଲେଶ୍ୱର ସହର ଓ ଏହାର ଆଖପାଖ ଅଞ୍ଚଳରେ ୨୧ଟି ଏବଂ ଭୁବନେଶ୍ୱରର ବାଲିଅନ୍ତାରେ ୨ଟି ପ୍ଲଟ୍ ଅନ୍ତର୍ଭୁକ୍ତ।
ଉକ୍ତ କୋଠା, ଫାର୍ମ ହାଉସ୍ ଓ ପ୍ଲଟ୍ଗୁଡ଼ିକର ମାପଚୋପ ଏବଂ ମୂଲ୍ୟ ନିର୍ଦ୍ଧାରଣ କାର୍ଯ୍ୟ ଭିଜିଲାନ୍ସର ବୈଷୟିକ ଶାଖା (Technical Wing) ଦ୍ୱାରା କରାଯାଉଛି।
୫) ନଗଦ ୮,୦୭,୫୦୦ ଟଙ୍କା।
୬) ପ୍ରାୟ ୩୦୦ ଗ୍ରାମ ସୁନା।
୭) ଜମା ରାଶି ୬୯,୬ ୮) ତାଙ୍କ ପତ୍ନୀଙ୍କ ଦ୍ୱାରା ପରିଚାଳିତ ଆଉ ଏକ ଲକର୍ (locker) ଖୋଲାଯିବା ବାକି ଅଛି।
୯) ଗୋଟିଏ ଚାରି-ଚକିଆ ଗାଡ଼ି (Brezza) ଓ ଦୁଇଟି ଦୁଇ-ଚକିଆ ଗାଡ଼ି।
୧୦) ୧୨.୩୨ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ସାମଗ୍ରୀ।
ମୟୂରଭଞ୍ଜ ଜିଲ୍ଲାର ବାରିପଦା R&B ଡିଭିଜନ୍ ଅଧୀନସ୍ଥ ବେଟନୋଟି R&B ଉପ-ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Executive Engineer) ଅରବିନ୍ଦ ମହାନ୍ତିଙ୍କ ସମ୍ପତ୍ତିର ଉତ୍ସ ଜାଣିବା ପାଇଁ ତଦନ୍ତ ଚାଲିଛି। ଅଧିକ ଖୋଜାଖୋଜି ଜାରି ରହିଛି। ଆହୁରି ସମ୍ପତ୍ତି ମିଳିବାର ସମ୍ଭାବନା ଥିବାରୁ ମୋଟ ମୂଲ୍ୟ ବୃଦ୍ଧି ପାଇପାରେ।
ଜଣାଶୁଣା ଆୟର ଉତ୍ସ ତୁଳନାରେ ଅତ୍ୟଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ, ଆଜି (ଅର୍ଥାତ୍ ୦୫.୧୦.୨୦୨୬ ରେ) ମୟୂରଭଞ୍ଜ, ବାଲେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାର ନିମ୍ନଲିଖିତ 10ଟି ସ୍ଥାନରେ ଅରବିନ୍ଦ ମହାନ୍ତିଙ୍କ ସମ୍ପତ୍ତି ଉପରେ ଏକକାଳୀନ ଚଢ଼ଉ କରାଯାଇଥିଲା:
୧.ବାଲେଶ୍ୱରର ଅଙ୍ଗାରଗଡ଼ିଆ ଠାରେ ଥିବା ତିନି-ମହଲା ବିଶିଷ୍ଟ ବାସଗୃହ।
୨ଖୋର୍ଦ୍ଧାର ବାଲିଅନ୍ତ ଠାରେ ଥିବା ତାଙ୍କର ଦୁଇ-ମହଲା ବିଶିଷ୍ଟ ଘର।
୩.ମୟୂରଭଞ୍ଜ ଜିଲ୍ଲାର ବେଟନୋଟି ଠାରେ ଶ୍ରୀ ମହାନ୍ତିଙ୍କ କାର୍ଯ୍ୟାଳୟ।
୪.ମୟୂରଭଞ୍ଜ ଜିଲ୍ଲାର ବେଟନୋଟି ଠାରେ ଶ୍ରୀ ମହାନ୍ତିଙ୍କ ବାସଭବନ।
୫.ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅନ୍ତର୍ଗତ ରାୟନ-ରାମଚନ୍ଦ୍ରପୁର ଠାରେ ଶ୍ରୀ ମହାନ୍ତିଙ୍କ ପୈତୃକ ଘର।
୬.ବାଲେଶ୍ୱରର ବସନ୍ତପୁର ଠାରେ ଶ୍ରୀ ମହାନ୍ତିଙ୍କ ଫାର୍ମ ହାଉସ୍।
୭.ବାଲେଶ୍ୱରର ବାମପଦା ଠାରେ ଶ୍ରୀ ମହାନ୍ତିଙ୍କ ଆଉ ଏକ ଘର।
୮.ବାଲେଶ୍ୱରର ଅଙ୍ଗାରଗଡ଼ିଆ ଠାରେ ଥିବା ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ଘର।
୯.ମୟୂରଭଞ୍ଜ ଜିଲ୍ଲାର ବାଇସିଙ୍ଗା ଠାରେ ଥିବା ତାଙ୍କର ଅନ୍ୟ ଜଣେ ଘନିଷ୍ଠ ସହଯୋଗୀଙ୍କ ଘର।
୧୦.ବାଲେଶ୍ୱରର ବାମପଦା ଠାରେ ଥିବା ଆଉ ଜଣେ ସହଯୋଗୀଙ୍କ ଘର।
ବାରିପଦା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ (search warrant) ବଳରେ ଓଡ଼ିଶା ଭିଜିଲାନ୍ସର 10ଟି ଦଳ ଏହି ଚଢ଼ଉ କରିଥିଲେ; ଏହି ତଦନ୍ତ ଚାଲିଛି।
ଅରବିନ୍ଦ ମହାନ୍ତି (ଜନ୍ମ ତାରିଖ: ୨୮.୧୨.୧୯୬୬) ୦୪.୦୮.୧୯୯୭ ରିଖରେ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ୍ରେ JE (JRY) ଭାବରେ ମାସିକ ୫,୦୦୦ ଟଙ୍କା ପ୍ରାରମ୍ଭିକ ଦରମାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ୦୩.୦୧.୧୯୯୯ ରିଖରେ ତାଙ୍କର ବଦଳି ହୋଇଥିଲା ଏବଂ ସେ ନବରଙ୍ଗପୁରସ୍ଥିତ IDCO ରେ JE ଭାବରେ ନିଯୁକ୍ତ ହୋଇଥିଲେ। ସେ ସେଠାରେ ୨୦୦୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୦୫ ରୁ ୨୦୧୨ ମସିହା ମଧ୍ୟରେ ସେ ବାଲେଶ୍ୱର RD ଡିଭିଜନ୍ ଅଧୀନସ୍ଥ ବାହାନଗା ଓ ସୋରୋ RD ସେକ୍ସନ୍ରେ JE ଭାବରେ କାର୍ଯ୍ୟ କରିଥିଲେ। ୨୦୧୩ ମସିହାରେ ତାଙ୍କୁ ସହକାରୀ ଯନ୍ତ୍ରୀ (Asst. Engineer) ପଦବୀକୁ ପଦୋନ୍ନତି ଦିଆଯାଇଥିଲା ଏବଂ ବାରିପଦା RD ଡିଭିଜନ୍ ଅଧୀନସ୍ଥ ବୋଇସିଙ୍ଗା RD ସେକ୍ସନ୍ରେ ନିଯୁକ୍ତ କରାଯାଇଥିଲା। ପୁନର୍ବାର ୨୦୨୦ ମସିହାରେ, ତାଙ୍କୁ ଢେଙ୍କାନାଳ RD ଡିଭିଜନ୍ ଅଧୀନସ୍ଥ ମହିଧରପୁର RD ସେକ୍ସନ୍କୁ ସହକାରୀ ଯନ୍ତ୍ରୀ ଭାବରେ ବଦଳି କରାଯାଇଥିଲା। ୨୦୨୨ ମସିହାରେ ତାଙ୍କୁ ପାଣିକୋଇଲି R&B ଡିଭିଜନ୍କୁ ସହକାରୀ ଯନ୍ତ୍ରୀ ଭାବରେ ବଦଳି ଓ ନିଯୁକ୍ତି ଦିଆଯାଇଥିଲା। ୨୦୨୩ ମସିହାରେ, ପାଣିକୋଇଲି R&B ଡିଭିଜନ୍ରେ କାର୍ଯ୍ୟରତ ଥିବା ସମୟରେ ତାଙ୍କୁ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Asst. Executive Engineer) ପଦବୀକୁ ପଦୋନ୍ନତି ଦିଆଯାଇଥିଲା। ପୁନର୍ବାର, ଜାନୁଆରୀ-୨୦୨୫ ରେ ତାଙ୍କୁ ବେତନଟୀ R&B ଉପ-ଡିଭିଜନ୍ (Sub-Division) କୁ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବରେ ବଦଳି ଓ ନିଯୁକ୍ତି ଦିଆଯାଇଥିଲା। ବେତନଟୀ R&B ଉପ-ଡିଭିଜନ୍ରେ କାର୍ଯ୍ୟରତ ଥିବା ସମୟରେ, ଶ୍ରୀ ମହାନ୍ତିଙ୍କୁ ୨୯.୦୯.୨୦୨୬ ରିଖରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Executive Engineer) ପଦବୀକୁ ପଦୋନ୍ନତି ଦିଆଯାଇଥିଲା। ସେବେଠାରୁ ସେ ସେହି ପଦବୀରେ କାର୍ଯ୍ୟ ଜାରି ରଖିଛନ୍ତି।
