ସେବା ସଂକଳ୍ପ ଅଭିଯାନ ୨୦୨୬ ଅଧୀନରେ ଜିଲାସ୍ତରୀୟ ନାଟକ ଉତ୍ସବ ପାଳିତ

ଜଗତସିଂହପୁର, ୦୫/୧୦/୨୦୨୬(ଓଡ଼ିଶା ସମାଚାର)- ସେବା ସଂକଳ୍ପ ଅଭିଯାନ – ୨୦୨୬ ଅବସରରେ ଜଗତସିଂହପୁର ସଦର ମହକୁମାସ୍ଥିତ ଆଦିକବି ସାରଳା ଦାସ ସଂସ୍କୃତି ଭବନଠାରେ ଜିଲ୍ଲା ସ୍ତରୀୟ ନାଟକ ଉତ୍ସବ ଆୟୋଜିତ ହୋଇଯାଇଅଛି। ଏହି ନାଟକ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କତି ବିଭାଗ ଦ୍ୱାରା ଆୟୋଜିତ ‘ନମୋ ସେବା ଗାଥା’ ନାଟକ ଦୁଃଖୀରାମ ସ୍ୱାଇଁ କଳା  ପ୍ରତିଷ୍ଠାନ, ଜଗତସିଂହପୁର ଦ୍ୱାରା ପରିବେଷଣ କରାଯାଇଥିଲା ।

ଏହି ନାଟକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଅର୍ଚ୍ଚନା ସିଂହ, ଅଧ୍ୟକ୍ଷା, ଜଗତସିଂହପୁର ପୌରପରିଷଦ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ),ଶ୍ରୀ ସମ୍ବିତ କୁମାର ରାଉତ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ସହ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।

ଏହି ନାଟକ ଉତ୍ସବରେ  ତହସିଲଦାର, ଜଗତସିଂହପୁର , ଡେପୁଟି କଲେକ୍ଟର(ସଂସ୍ଥା), ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବିଭିନ୍ନ ବିଭାଗର କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ତଥା ସାଧାରଣ ନାଗରିକ ଉପସ୍ଥିତ ଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *