କଟକ ସଦର , ୧୯/୧୧/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ସମ୍ଭାବ୍ୟ ବାତ୍ୟା ‘ଅକୱ।ନ୍’ ର ମୁକାବିଲା ପାଇଁ ଆଜି ଗୁରୁବାର ଦିନ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପକ୍ଷରୁ କଟକ ସଦର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ଙ୍କ ସହିତ କଟକ ସଦର ଉପ ଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ,ଵିଡିଓ ପ୍ରତୀକ ସାହୁ, ନିଶ୍ଚିନ୍ତକୋଇଲି ଵିଡିଓ ଦିବ୍ୟନ୍ଦୁ ଦାସ, ସଦର ତହସିଲଦାର ଦେବଦତ୍ତ ପ୍ରଧାନ, କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶ, ନିଶ୍ଚିନ୍ତକୋଇଲି ଅତିରିକ୍ତ ଵିଡିଓ ଅଶୋକ କୁମାର ମହାନ୍ତି, ସଦର ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ ଙ୍କ ସମେତ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବାତ୍ୟା ସମୟରେ ଧନଜୀବନ ରକ୍ଷା ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ବିଧାୟକ ଅଧିକ ଗୁରୁତ୍ବ ଦେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ବାତ୍ୟା ମୁକାବିଲା ପାଇଁ ବିଧାୟକ ପ୍ରକାଶ ସେଠୀଙ୍କ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ
