ନିଶ୍ଚିନ୍ତକୋଇଲି,୧୯/୧୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ଓଡ଼ିଆ ଗୀତିନାଟ୍ୟ ଜଗତର ଅପ୍ରତିଦ୍ବନ୍ଦୀ ସ୍ରଷ୍ଟା ଥିଲେ ଗଣକବି ବୈଷ୍ଣବ ପାଣି l ସେ ନାଟକ ଜରିଆରେ ସମାଜରେ କ୍ରାନ୍ତି ଆଣିବାକୁ ପ୍ରୟାସ କରୁଥିଲେ । ପରାଧୀନତା ବିରୁଦ୍ଧରେ ତା’ଙ୍କ ଶାଣିତ ଲେଖନୀ ସଦା ଜାଗ୍ରତ ଥିବାରୁ, ଓଡ଼ିଆ ଜାତି ଏହି ପ୍ରଥିତଯଶା ସାରସ୍ୱତ ସାଧକଙ୍କୁ ନେଇ ଗର୍ବିତ ବୋଲି ପାଣି ଜୟନ୍ତୀ ସଭାରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତି ମାନେ ମତବ୍ୟକ୍ତ କରିଥିଲେ ।
ଯମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସମାଜସେବୀ ରମାକାନ୍ତ ବେହେରାଙ୍କ ପୌରହୀତ୍ୱରେ ଆୟୋଜିତ ସାହିତ୍ୟ ସଭାରେ ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଗଣ ହୃଦୟକୁ ଛୁଇଁବା ଭଲି ଶହଶହ ନାଟକ ରଚନା କରି, ସମାଜରେ ବଡ଼ ପରିବର୍ତ୍ତନ ଆଣିପାରିଥିବାରୁ ଆଜି ସେହି କାଳଜୟୀ ସ୍ରଷ୍ଟାଙ୍କୁ ଓଡ଼ିଆ ଜାତି ମନେରଖି ପାରିଛି । ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ଡକ୍ଟର ବିଜୟ କୁମାର ରାଉତ, ବିଶିଷ୍ଟ ଅତିଥି ଭାବେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ, ସମ୍ମାନିତ ଅତିଥି ଭାବେ ପ୍ରଧାନଶିକ୍ଷୟିତ୍ରୀ ରାଇବାରୀ ଓରାମ, ସମ୍ମାନିତ ଅତିଥିଭାବେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସମାଜସେବୀ ଆଶୁତୋଷ ତ୍ରିପାଠୀ, ସାମ୍ବାଦିକ ଉମାଶଙ୍କର ସାହୁ ପ୍ରମୁଖ ଯୋଗଦେଇ ଗଣକବିଙ୍କ ସାହିତ୍ୟ ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ ବୋଲି କହିଥିଲେ ।
ଏହି ଅବସରରେ ବିଦ୍ୟାଳୟର ଛାତ୍ର-ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଶିକ୍ଷୟିତ୍ରୀ ସ୍ଵାଗତିକା ଲେଙ୍କା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ବିଦ୍ୟାଳୟ ଶିକ୍ଷାକମିଟିର ସଭାପତି ଅଜୟ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସୋନାଲି ବେହେରା, ତୃପ୍ତିମୟୀ ରଣା,ଶିକ୍ଷକ ଅବିନାଶ ବିଶ୍ୱାଳ, କୁନାଲ ଚନ୍ଦ୍ର ପରିଡା, ଦୁର୍ଯ୍ୟୋଧନ ବେହେରା, କମଳାକାନ୍ତ ପଣ୍ଡା, ଶିକ୍ଷା କମିଟି ଉପସଭାପତି ବନଲତା ମଲ୍ଲିକ, ସଭ୍ୟା ପୁଷ୍ପଲତା ମଲ୍ଲିକ,ବନିତା ସେଠୀ, ସରୋଜିନୀ ଖଟୁଆ, ମଧୁସ୍ମିତା ବେହେରା, ଇତିଶ୍ରୀ ତ୍ରିପାଠୀ, ହୃଷିକେଶ ତ୍ରିପାଠୀ, ସୁପ୍ରଭା ମଲ୍ଲିକ, ସୁନିତା ମହାନ୍ତି, ରାଧାରାଣୀ ଦାସ, ରବୀନ୍ଦ୍ର ଦାସ, ଅଙ୍ଗନବାଡି କର୍ମୀ ନଳିନୀ ପ୍ରଭା ବରାଳ, ଅନୁସୂୟା ଜେନା, ବାସୁଦେବ ବାରିକ, ରଂଜିତ ବାରିକ ଓ ପ୍ରଦୀପ୍ତ କୁମାର ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।
