ସାଲେପୁର,୦୫/୧୦/୨୦୨୬ (ଓଡିଶା ସମାଚାର /ଅଭୟ ଜେନା) ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର ରିଜିଅନ ପକ୍ଷରୁ ୮୮ତମ ଶାଖା ସାଲେପୁର ଠା ରେ ଉଦଘାଟିତ ହୋଇଯାଇଛି ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ଭୁବନେଶ୍ଵର ମହାପ୍ରବନ୍ଧକ ମୁତାବିରା ଭେଙ୍କଟ ବାଙ୍ଗାରାଜୁ ଓ ଭୁବନେଶ୍ଵର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲ୍ଲିକଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଲେପୁର ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ ।
ନବକିଶୋର କର, ରାଜେନ୍ଦ୍ର କୁମାର ମଲ୍ଲ, ପ୍ରଦୀପ୍ତ କୁମାର କର, ପ୍ରସନ୍ନ କୁମାର୍ ମଲ୍ଲ, ଶ୍ରୀପତି କର, ସମୀର କୁମାର ମହାପାତ୍ର ଚିତ୍ତରଞ୍ଜନ ଜେନା, ହେମନ୍ତ କୁମାର ନନ୍ଦ,ବିଶ୍ୱଭୂଷଣ ନନ୍ଦ, ରଘୁନାଥ ରଣା, ସୁଶାନ୍ତ କୁମାର ନାଥ ଶର୍ମା, ପପୁ ସିଂହ ଓ ପ୍ରଭାତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶାଖା ପରିଚାଳକ ଲାଲବାହା ଦୂର୍ ସାହୁ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ସ୍ୱାଗତ କରିଥିଲେ ।
