ଭୁବନ ୨୦/୦୫/୨୦୨୬ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଆଜି ବୁଧବାର ୩୪ ଲିଟର ଦେଶୀ ମଦ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି। ଭୁବନ ଥାନା ଅନ୍ତର୍ଗତ ଶୁଣ୍ଢି କାଟେଣୀ ଓ କୀର୍ତ୍ତନପୁର ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ହେଉଥିବା ଖବର ପାଇ ଅବକାରୀ ନିରୀକ୍ଷକ ଶ୍ରୀଯୁକ ବୁଲୁ ପାତ୍ର ବୁଧବାର ସକାଳେ ସଦଳ ବଳେ ପାଟ୍ରୋଲିଂ ରେ ଯାଇଥିଲେ । ଶୁଣ୍ଢି କାଟେଣୀ ଗ୍ରାମର ସଫା ବେହେରା ଙ୍କ ଠାରୁ ୧୬ ଲିଟର ଓ କୀର୍ତ୍ତନପୁର ଗ୍ରାମର ରବି ନାରାୟଣ ଧୀର ଙ୍କ ଠାରୁ ୧୮ ଲିଟର ( ସମୁଦାୟ ୩୪ ଲିଟର) ଦେଶୀ ମଦ ଜବତ କରାଯାଇ ଉଭୟ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିଲା ।
ଭୁବନ ଅବକାରୀ ଇନ୍ସପେକ୍ଟର ବୁଲୁ ପାତ୍ର ଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ,ଆଲୋକ କୁମାର ଜେନା ଙ୍କ ସହଯୋଗ କରିଥିଲେ । ଏ ସମ୍ପର୍କରେ କେଶ୍ ନଂ ୨୮/୨୦୨୬-୨୭ ଓ ୨୯/୨୦୨୬ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି ।
