ପୁରୀ, ୦୫/୦୪/୨୦୨୪ (ଓଡ଼ିଶା ସମାଚାର)- ପୁରୀରେ ଫୁଟିଲା ବୋମା । ବାରବାଟୀ ଜାଗା କଲ୍ୟାଣ ମଣ୍ଡପ ନିକଟରେ ବୋମା ଫୁଟିଛି । ଦୁଇଟି ବୋମା ମାଡ଼ ହୋଇଥିବାବେଳେ କାହାର କିଛଇ କ୍ଷତି ହୋଇନଥିବା ଜଣାପଡ଼ିଛି । ଖବର ପାଇ ବାସେଳି ସାହି ଥାନା ପୁଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି । ଆଜି ଶୁକ୍ରବାର ପ୍ରାୟ ଦିନ ୧୨ ଟା ବେଳେ ଚିତ ପୁରୋହିତ ନାମକ ଜଣେ ଯୁବକ ଦୁଇଟି ବୋମା ହାତରେ ଧରି ଯାଉଥିଲେ । ସେଥିରୁ ଗୋଟିଏ ତଳେ ପଡ଼ି ଫୁଟିଯାଇଥିବାବେଳେ ଅନ୍ୟ ଅଫୁଟା ବୋମାକୁ ପୁଲିସ ଜବତ କରିଛି ।କୌଣସି ଅପରାଧ ଘଟାଇବାକୁ ସେ ବୋମା ନେଉଥିଲଶ ବୋଲି ସନ୍ଦେହ କରାଯାଉଥିବାବେଳେ ସେ ଫେରାର ହୋଇ ଯାଇଛି । ତାକୁ ଧରିବା ପାଇଁ ପୁଲସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ।
Odisha Current News : ପୁରୀରେ ଫୁଟିଲା ବୋମା
