ସାଲେପୁର ବ୍ଲକ ରେ ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ

(ତଦନ୍ତ ପାଇଁ ବିଡ଼ିଓଙ୍କୁ  ଲିଖିତ ଅଭିଯୋଗ କଲେ ସୁଦୁଖଣ୍ଡ ପଂଚାୟତ ଜନସାଧାରଣ )

ସାଲେପୁର, ୨୯/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ସାଲେପୁର ବ୍ଲକ ସୁଦୁଖଣ୍ଡ ପଂଚାୟତ ବିଜେପି ଶକ୍ତିକେନ୍ଦ୍ର ପ୍ରମୁଖ ନିରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଆବାସ ଯୋଜନାରୁ ବଞ୍ଚିତ ବହୁ ଯୋଗ୍ୟ ହିତାଧିକାରୀ ପଂଚାୟତରେ ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଲିଖିତ ଅଭିଯୋଗ ବିଡ଼ିଓଙ୍କୁ  କରିଛନ୍ତି । ମଙ୍ଗଳବାର ସାଲେପୁର ବିଜେପି ମଣ୍ଡଳ ସଭାପତି ଅସିତ ମହାନ୍ତିଙ୍କ ଉପସ୍ଥିତରେ ସୁଦୁଖଣ୍ଡ ପଂଚାୟତ ବିଜେପି ଶକ୍ତିକେନ୍ଦ୍ର ପ୍ରମୁଖ ନିରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ ଜନସାଧାରଣ ବ୍ଲକରେ ପହଂଚି ପଂଚାୟତରେ ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ କରିଥିଲେ । ବହୁ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଇଥିବା ସ୍ଥଳେ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଆବାସ ଯୋଜନା ଚଞ୍ଚକତା କରି ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ ।

ଯେଉଁ ମାନଙ୍କର କୋଠା ଘର ରହିଛି ଓ ଯେଉଁ ମାନେ ପୂର୍ବରୁ ଆବାସ ଯୋଜନା ପାଇଛନ୍ତି ସେମାନଙ୍କୁ କିଭଳି ଭାବରେ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ କରାଯାଇ ଆବାସ ପ୍ରଦାନ କରାଯିବାକୁ ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି ବୋଲି ପ୍ରଶ୍ନ କରିଥିଲେ । ଯେଉଁ ଅନିୟମିତତା ବିଷୟରେ ସୂଚନା ଅଧିକାର ଆଇନୀ ଆଧାରରେ ଗତ ତା.୨୩.୯.୨୦୨୬ ରିଖରେ ଜଣାପଡିଛି । ଯେଉଁ ମାନେ ଆବାସ ଯୋଜନା ପ୍ରଦାନ ପାଇଁ ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟା ଦାୟିତ୍ୱ ନେଇ ଥିଲେ କିଭଳି ଭାବରେ ଏଭଳି ଅନିୟମିତତା କରିଛନ୍ତି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହାର ନିରପେକ୍ଷ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆବାସ ଯୋଜନା ପ୍ରଦାନ କରିବା ଓ ତଦନ୍ତ ନହେବା ପର୍ଯ୍ୟନ୍ତ ଅନିୟମିତତା ଆଧାରରେ ପାଇଥିବା ଆବାସ ଯୋଜନାରେ କୌଣସି ହିତାଧିକାରୀଙ୍କୁ ଆବାସ ନିର୍ମାଣ ପ୍ରଦାନ ନିର୍ଦେଶ ନାମା ପ୍ରଦାନ ନକରାଯିବାକୁ  ଦାବି କରାଯାଇଛି  ।

Leave a Reply

Your email address will not be published. Required fields are marked *